ମୌସୁମୀ
ମୌସୁମୀ
ତୁମେ ଶଦର ଅକ୍ଷର, ମାତ୍ରା ଓ ଅନ୍ୟାନ୍ୟ
ତୁମେ ନିରୂପମା , ସମସ୍ତ ଉପମା ଓ ବର୍ଣ୍ଣନାରୁ ଉର୍ଦ୍ଧରେ
ତୁମେ ଭାନୁମତୀ , ଯାଦୁର୍ଜରୀ ଆକର୍ଷଣୀ
ଶକ୍ତିରେ ବଳିୟାନ
ତୁମେ ଚିରଂତନୀ , ଚିର ସବୁଜ ଯୌବନା ସୁନ୍ଦରୀ
ତୁମେ ନିର୍ବଶ୍ୟକ , ସମସ୍ତ ଆବେଗ ଓ
ଆଶଂକାର ବାହାରେ
ତୁମେ ଅହଂଧତୀ ନିଛାଟିଆ ଅମା ଅଂଧାରିର ।
ଆଲୋକବର୍ତ୍ତିକା !
ତୁମେ ବୟସର ବାସବଭା ,
ନୈର୍ଗିକ ସୌଦର୍ଯ୍ୟ ପୁଷ୍ଟ
ତୁମେ ଆସ ନିବୃଶିତ ନୂପୁରର ରଣୁଝୁଣୁ ଧ୍ବନିରେ
ଆଦ୍ୟ ଅଷାଢ଼ର ଆବେଗ ପ୍ରବଣ ସଭାରେ
ଶ୍ରାବଣର ବାରିଧାରାରେ , ଭାଦ୍ରବର ପୂଜାମଂତ୍ରରେ
ତୁମେ ଆସ ଅଭିଯୁତ୍ରଣା ଓ ଅଭିନଂତ୍ରଣାର।
ମଧ୍ୟବର୍ତ୍ତୀ ଇଲାକାରେ
ନାରୀର ଦେହ ଓ ଦାହରେ ଅବା ଅଂତର୍ଦାହରେ
ପୁରୁଷର କାମିନୀ କାମନାରେ , ଅବା କାଂଚନ ମାୟାରେ
ତୁମେ ଆସ ତ ଦ୍ରମାର ଦ୍ୟୁତି ନେଇ ,
ରଶମୀ ଫ୍ରିଜରେ
ସସାଗରା ଧରା ଏକ କରି ନିର୍ବେଦ ଭାବନାରେ
ତୁମେ ସାଗରର ଅତଳ ତଳ ଜଳରୁ ମିଳିଥିବା
ନୀଳକାତ ମଣି ।
ସୃଷ୍ଟିର ସରହଦ୍ ପାରି ଇଲାକାର ସ୍ଵାମ୍ୟତକ ମଣି
ତୁମେ ଅନନ୍ୟ , ଅପରୂପା ଅବର୍ଣ୍ଣନୀୟ ନାୟିକା
ଯାର ଆଗମନରେ ପୁଲକିତ ଧରାପୃଷ୍ଟ ,
ସଂତୃପ୍ତ ଜନମାନସ
ମୌସୁମୀ ତୁମେ କି ଅବା ଦିଗଭ୍ରଷ୍ଟ ଶାମୁକା
ପଥଭ୍ରଷ୍ଟ ନାବିକ ନାୟିକା
ଅବା ନିରୁଦ୍ଦିଷ୍ଟ ରଂଭା କି ମେନକା
ତୁମରି ଆଗମନରେ ହସି ଉଠେ ପ୍ରକୃତି
ନିସ୍ତାର ଯାଅତି ବିଶ୍ୱବାସୀ
ଧାରା ଶ୍ରବଣର ଧାରେ କଜ୍ଵଳରେ ସୁସଜିତା ନାୟିକା
ତୁମେ ଆସ ରାକ୍ଷୀ ବଂଧନର ପବିତ୍ର,
ମାଗଳିକ ବୋଳାରେ ।
ସ୍ଵଭାବ କବିଙ୍କ ରଚନା ବଳିରେ
ସଭା ସମିତିର ଭାଷଣ ବକୃତା ମାଳାରେ
ନବ ଦୁର୍ବାଦଳରେ ସୁସଜିତା ଧରଣୀ
ସୁରଭିତ କାମିନୀର ଆତ୍ରଣର କଂଗୀ
ପୁଲକିତ ଧରାପୃଷ୍ଠ ଶୀତ ଧରାବାସୀ
ଏକ ଅନିର୍ବଚନୀୟ, ପ୍ରଖ୍ୟାତ ଆବେଗରେ ଝକୃତ
ପୃଥିବୀ ।
ପାଚୁର୍ଯ୍ୟର ଆଭାରେ ଆଲୋକିତ ନଭମଂଜଳ
ପରିପୁଷ୍ଟ ପରିବେଶ , ନିକ୍ଟୋଳ ଅଂଗସୈଷ୍ଟବ
ସର୍ବୋପରି ମୌସୁମୀ , ନାଲି ଟୁକୁ ଟୁକୁ ସାଧବ ବୋହୁର
ଅପାପବିଦ୍ଧ ହସରେ ହଜିଯାଉଥିବା
ତୁମେ ଏକ ବ୍ୟତିକ୍ରମ ଅଥଚ ଶ୍ରାବଣୀ କବିତା ।
