STORYMIRROR

Bidyadhar Mantry

Abstract Romance Inspirational

4  

Bidyadhar Mantry

Abstract Romance Inspirational

ମୌସୁମୀ ରେ ଉଜ୍ଜୀବିତ

ମୌସୁମୀ ରେ ଉଜ୍ଜୀବିତ

1 min
403


ନିଦାଘ ଜ୍ୱାଳାରେ ଉତ୍ତପ୍ତ ଧରଣୀ

ଯେବେ ମୌସୁମୀର ବର୍ଷା ଛିଟାରେ ଭିଜିଲା

ପୁଲକିତ ଶରୀରରେ ଉଛୁଳି ଉଠିଲା

ଦେହ ଆଉ ମନ, ଅଙ୍ଗେ ଅଙ୍ଗେ ସ୍ପୁର୍ତ୍ତି।


ନବ ପଲ୍ଲବରେ ତରୁ ଲତା ରୁପ

ଘାସର ଚାଦର ଢାଙ୍କି ଗଲା ଧରଣୀ ବକ୍ଷରେ

ଶସ୍ୟ କ୍ଷେତ୍ରରେ ଶ୍ୟାମଳ ରଙ୍ଗର ଶୋଭା

ଖୁସିରେ ବିଭୋର କୃଷକ ସମାଜ।


ବର୍ଷାର ରିମ୍ ଝିମ୍ ତାଳରେ

ବୁନ୍ଦା ବୁନ୍ଦା ପାଣି

ନିଷ୍ପ୍ରଭ ପ୍ରାଣରେ ଚେତନାର ଧାରା

ଜାଗ୍ରତ ହୃଦୟେ ଶରୀରର ଚଳ ଚଞ୍ଚଳ।


ପ୍ରେମର ଅଗଣା ଖୋଲି

ଖୋଜିଲା ଖୋଜିଲା ଆଖିରେ

ପ୍ରିୟା ଚାହିଁଛି ପ୍ରେମିକ ର ପଥ

ମନ ଭାବନା ରେ ପ୍ରେମ ଆଉ ପ୍ରେମ।


ମୌସୁମୀ ବର୍ଷାର ପାଣି ବୁନ୍ଦା ପରି

ପ୍ରିୟାର ଓଠରେ ବୁନ୍ଦା ବୁନ୍ଦା ପ୍ରେମ

ପୁରୁଣା ସ୍ମୃତି ଉଜ୍ଜୀବିତ

ମହକି ଉଠୁଛି ହୃଦ ଅଗଣାରୁ।



Rate this content
Log in

Similar oriya poem from Abstract