ମୌସୁମୀ ପ୍ରୀତି ପରଶ
ମୌସୁମୀ ପ୍ରୀତି ପରଶ
ସେ ଦିନ ବି ଭିଜିଥିଲେ
ମୌସୁମୀ ବର୍ଷାର ଛିଟା ରେ
ଭିଜିଥିଲା ତନ ମନ
ମନରେ ପ୍ରୀତି ଭାବନା
ଶିହରଣ ଥିଲା ଦେହ ପରଶ ରେ
ନୀରବ ଓଠରେ
ଆଖି କହୁଥିଲା ଆଖିର ଭାଷାରେ।
ବର୍ଷା ଭିଜା ଶରୀରରେ ଲାଗିଥିଲା ନିଆଁ
ଓଠରେ ପାଣି ବୁନ୍ଦା ଥାଇ
ଜଳୁଥିଲୁ ଦୁହେଁ
ପାଣି ବୁନ୍ଦା ର ଲାଜ ଥିଲା କି ନାହିଁ
ଖୁସି ଥିଲା, ପ୍ରୀତି ପୂର୍ଣ୍ଣ ଓଠରେ ଲାଗି ରହିବାକୁ।
ଏବେ ଭିଜିଗଲା ପରେ
ବୁଝିଗଲି,ପୁଣି ମୌସୁମୀ ଆସିଛି
ସ୍ମୃତି ଉଜ୍ଜୀବିତ
ହୃଦୟରେ ଶୂନ୍ୟତା ର ଚିହ୍ନ
ଭିଜୁଛି ଏକାକୀ ,ନାହିଁ ପ୍ରୀତି ସ୍ପର୍ଶର ପରଶ।
ଫିକା ଫିକା ,ମୌସୁମୀ ର ବୁନ୍ଦା ବୁନ୍ଦା ପାଣି
ଅସହ୍ୟ ବେଦନା
ବେଦନା ର ଆଢ଼ୁଆଳେ ପ୍ରତିଶ୍ରୁତି କଥା
କଥା ଥିଲା, ଭିଜିବାକୁ ପ୍ରତି ମୌସୁମୀ ରେ
କଥା କଥାରେ ରହିଛି
ମୌସୁମୀ ପଚାରୁ ଅଛି, କାହିଁ ତୁମ ସାଥୀ।
ଅନ୍ୟମନସ୍କ , କହୁଛନ୍ତି ପାଖାପାଖି ଲୋକ
କଣ କହିଲେ ବୁଝିବେ ସେମାନେ
କାରଣ ଅନ୍ୟମନସ୍କ ର
ଅନ୍ୟମନସ୍କ ଆଢ଼ୁଆଳେ କିଏ !!

