ମୌସୁମୀ ମେଘମାଳା
ମୌସୁମୀ ମେଘମାଳା


ଝରା ବଉଳର ସପନ ଅସରା
ଅସରା
ଝୁରା ହୃଦୟର କବିତା,
ଝର ଝରଣାର କାଚକେନ୍ଦୁ ଜଳେ
ତୁମେ ମୋ
ବନପରୀ ଜ୍ୟୌସ୍ନା ସ୍ନାତା l
ଧୀର ସମୀରର ସଂଗୀତ ସୀତ୍କାରେ
ନବ ମେଘମାଳା
ଲୀଳାୟିତା,
ପ୍ରଥମ ଆଷାଢ଼ ଚୁମ୍ୱନ ଆଶ୍ଲେଷେ
ମୋ ମୌସୁମୀ ପ୍ରିୟା
ମନ୍ଦାକ୍ରାନ୍ତା l
ସଖୀ - ତୁମେ ମେଘମାଳା ମୋର
ମୋ ହୃଦ ଆକାଶ
କଜ୍ଜଳ ଆଭା,
ସଖୀ - ତୁମେ ମୋ ମୋସୁମୀ ପ୍ରିୟା
ମୋ ଆଷାଢ଼ ନଭର
କିଶୋରୀ ବିଭା l
ଝରି ଯାଅ ଆଗୋ
ଭିଜାଇ ଦିଅ ମୋ
ଚାତକ ତୃଷ୍ଣା - ଭିଜା ହୃଦବେଳା,
ଭିଜାଇ ଦିଅ ମୋ
ମନ ତଟଦେଶ
ଆଗୋ ମୋ ମୌସୁମୀ ମେଘମାଳା ।