STORYMIRROR

Bidyadhar Mantry

Abstract Fantasy

4  

Bidyadhar Mantry

Abstract Fantasy

ମୌସୁମୀ ବର୍ଷାର ସ୍ପର୍ଶରେ

ମୌସୁମୀ ବର୍ଷାର ସ୍ପର୍ଶରେ

1 min
22


ଏ ଜ୍ୱଳନ୍ତ ପୃଥିବୀ ହେବ ଉପକୃତ

ଉପଶମ ହେବ ନିଦାଘ ର ଜ୍ଵାଳା

ମୌସୁମୀ ବର୍ଷାର ଶୀତଳ ସ୍ପର୍ଶରେ

ମନରେ କିଛି ଆଶାର ଉଦ୍ରେକ

ନିଷ୍ପତ୍ତି ପୁଣି ସେଇ କ୍ରମରେ


ଆଶା ଫଳବତୀ ହେବା ସମ୍ପୂର୍ଣ୍ଣ ପ୍ରକ୍ରିୟା 

ବର୍ଷା ସହ କିଛି ଇଙ୍ଗିତ ରହିଛି

ଅଥୟ ମନରେ ଶାନ୍ତିର ଭାବନା ଉଦ୍ରେକ

ବର୍ଷାର ସ୍ପର୍ଶରେ ପୃଥିବୀରେ ଶାନ୍ତ 

ସବୁଜ ବଳୟର ବାତାବରଣ ସମାନ

ମନରେ ବି ଶାନ୍ତ ଅବସ୍ଥା


ମାଟିର ସୁଗନ୍ଧ ପବନରେ ପ୍ରବାହିତ

ଫୁଲର ସମ୍ଭାର କ୍ରମଶଃ 

ଗଛ ଲତା ତରୁ ତୃଣ ସତେଜ ସୁନ୍ଦର

ଆକାଶରୁ ଝରି ଥିବା ବର୍ଷା ବୁନ୍ଦା ଧାରେ

ଆକାଶର ଠିକଣା ସନ୍ଧାନେ

ମନ ପକ୍ଷୀ ଉତ୍କଣ୍ଠା ସହିତ ବ୍ୟଗ୍ର


ଲକ୍ଷ୍ୟସ୍ଥଳ ହାସଲ କରିବା କୌଶଳ 

ସତେ କଣ ବର୍ଷାରେ ନିହିତ!

କଳ୍ପନାର ପରିଧି ଭିତରେ ନାହିଁ ପ୍ରାୟତଃ

ଅଥଚ,ବର୍ଷା ସହ ଜୀବନ ଜଡ଼ିତ

ବର୍ଷାରେ ବି ଜୀବନୀ ଶକ୍ତି ନିହିତ

କିଛି ଇଙ୍ଗିତ ଇଶାରା ବି ଅଛି

ହୃଦୟରେ ଭାବ ବି ଜାଗ୍ରତ


ବର୍ଷା ପୁଣି ଆସିଛି ଧରାରେ 

ଶାନ୍ତିର ବାର୍ତ୍ତା ସହିତ ପ୍ରେରଣା ବି ଅଛି

ତନ ମନ ପରିବେଶ ଶାନ୍ତ ରହୁ

ସଂକ୍ଷେପରେ ଶିକ୍ଷା ଶାନ୍ତି ବିଷୟକ

ବର୍ଷା ସହ ଜୀବନ,ପ୍ରେରଣା,ବାର୍ତ୍ତା ଓ ଶାନ୍ତି

ଏକ ସରଳ ରେଖା ରେ, ବର୍ଷାର ସ୍ପର୍ଶରେ ।।


Rate this content
Log in

Similar oriya poem from Abstract