STORYMIRROR

sasmita tripathy

Abstract Classics Inspirational

4  

sasmita tripathy

Abstract Classics Inspirational

ମାୟା ସଂସାର

ମାୟା ସଂସାର

1 min
591


ମଣିଷ ଜୀଵନ ଦୁର୍ଲ୍ଲଭ ଶରୀର

ମିଳେ କେତେ ତପ ବଳେ

କେତେ ମୁନି ଋଷି ଦେବା ଦେବୀ ଗଣ

ଜନ୍ମି ଛନ୍ତି ମହୀ ତଳେ


ଜନମ ହୋଇଲେ ମୃତ୍ୟୁ ସୁନିଶ୍ଚିତ 

ଏହା ବିଧି ର ବିଧାନ

ଦେବତା ହେଲେ ହେଁ ବରଇ ମରଣ 

କରି କେ ପାରେନା ଆନ 


ଜରା ବ୍ୟାଧି ପୀଡା ଦୁଃଖ କଷଣ କୁ 

କରିବାକୁ ସହ୍ୟ ହୁଏ

ତଥାପି ସୁନ୍ଦର ଏ ମିଛ ସଂସାର

ମାୟା ଡୋରେ ବାନ୍ଧି ଥାଏ


ଅଢେଇ ଦିନ ର ଆୟୁଷ ଜାଣି ବି 

ଅଜ୍ଞାନୀ ହୁଏ ମଣିଷ 

କାମ କ୍ରୋଧ ଲୋଭ ମୋହ ମାୟା ଛନ୍ଦି

ଆୟୁ ଯାଏ ତାର ନାଶ


ପତ୍ନୀ ପୁତ୍ର ପିତା ମାତା ଦୁହିତା ଯେ 

ଭଗିନୀ ଭ୍ରାତା ସୋଦର 

ଏରୁଣ୍ଡି ବନ୍ଧ ରୁ ଶ୍ମଶାନ ରେ ସରେ 

ସଭିଙ୍କ ସ୍ନେହ ଆଦର


କେହି ଯିବେ ନାହିଁ ସାଥି ରେ ତୁମ୍ଭର

ଦି ଦିନ ରେ ଯିବେ ଭୁଲି

ନିଃଶ୍ବାସ କୁ ପରା ବିଶ୍ୱାସ ନଥାଏ

କେବେ ଛାଡି ଯିବ ଚାଲି 


ଏ ମାୟା ସଂସାର ଦିଶଇ ସୁନ୍ଦର 

ସବୁ ଏଠି ଝିଲିମିଲି

ଭ୍ରମ ପରି ହୁଏ ବାସ୍ତବ ପ୍ରତ୍ୟୟ 

ଅବାସ୍ତବ ମଖମଲି


ମୋର ମୋର ସିଏ ଭାଳି ହୁଏ ନିତି 

ନୁହଁଇ କିଏ କାହାର

ସବୁରି ନାଆ ର ଜଣେ ତ ନାଉରି 

ସେ ଏକା ପରମେଶ୍ବର 


ଆସିଥିଲେ ଏକା ଯିବା ଆମେ ଏକା

ସାଥେ ନେବା ନାହିଁ କିଛି

ନିଜ କର୍ମଫଳ ନିଜ ପୁଣ୍ୟବଳ 

ଯାହା ବିଧାତା ଲେଖିଛି 


ଇର୍ଷା ଦ୍ୱେଷ ହିଂସା ଅହଂକାର ତେଜି 

ମନେ ବହି ପ୍ରେମଭାବ 

ଏ ସାରା ଜଗତ ଆପଣାର କର 

ମୃତ୍ୟୁ କୁ ଯଦି ଜିତିବ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract