ମାୟା ସ°ସାର
ମାୟା ସ°ସାର
ମାୟା ସଂସାର କେହି ନୁହେଁ ନିଜର
ନିଜର ନିଜର ଏକା କଳା ଠାକୁର ।
ଆଶା ଏଠି ମରିଚିକା ନାହିଁ ତା ଶେଷ
ଥକ୍କିଯାଏ ଧାଇଁଧାଇଁ ମରେନି ଶୋଷ ।
ବିଷୟ ବିଷ ବଳୟ ସଂସାର ହାଟ
ଦିଦିନ ପାଇଁକି ଏଠି ଆମରି ନାଟ ।
ନାଟ ସରିଗଲେ ସୁନା ପଞ୍ଜୁରୀ ଖାଲି
ରଖିବେନି ମନେ କେହି ଯିବେରେ ଭୁଲି ।
ତୁଛାଟାରେ ମନେ ଖାଲି ଚିନ୍ତା ହଜାର
ଚକାଆଖି ଦେଖେ ସବୁ ରଖେ ନଜର ।
ସେ ଆଖିରେ ଦୁଇ ଆଖି ମିଶାଇ ଦେଇ
ଚିନ୍ତିଲେ ସେ ଚିନ୍ତା ସବୁ ଦେବେ ଦୂରେଇ ।
ସେଇ ତ ଆରମ୍ଭ ସିଏ ସବୁ ର ଶେଷ
ମାୟାରେ ତାଙ୍କର ସାରା ଦୁନିଆ ବସ ।
ମାୟାରେ ସେ ପରଖନ୍ତି ସବୁରି ଭାବ
ଭାବିଲେ ଭକତିଭରେ ତରିବ ଭବ ।
ମୟା ସଂସାରର ସେହି ଅମୁହାଁ ମୋହ
ତୁଟେଇ ଭଜରେ ନିତି କାଳିଆ ଦିଅଁ ।
ଅବସାଦ ହେବ ଦୂର ଜଞ୍ଜାଳ ମୁକ୍ତି
ମୟା ସଂସାରରେ ଖୋଜି ପାଇବ ଶାନ୍ତି ।
