STORYMIRROR

Tapan Kumar Biswal

Classics Inspirational Thriller

4  

Tapan Kumar Biswal

Classics Inspirational Thriller

ମାଟିର ମଣିଷ

ମାଟିର ମଣିଷ

1 min
58


ମାଟି ସାଥେ ମାଟି ହୁଏ

ବର୍ଷାରେ ଭିଜିଯାଏ 

ଦୁଃଖ କଷ୍ଟ ଓ ଯନ୍ତ୍ରଣା ll


ଦିଶେ ନାହିଁ ବାହାରକୁ

କୁହେ ନାହିଁ କାହାରିକୁ

ମିଳେନି ଉଚିତ ପାଉଣା

ତଥାପି କରେନି ମନ ଉଣା ll


ଡରେ ନାହିଁ ସେ ନିଷ୍ଠୁର ଶୀତକୁ

ରୋକି ପାରିନାହିଁ ବର୍ଷା ତା ବାଟକୁ

ହଳ ଲଙ୍ଗଳ ତା ସାଥି

ଦୁଃଖ ଯନ୍ତ୍ରଣା ମନେ ପଡିଗଲେ ତାର

ଦୁଃଖେ ଫାଟି ଯାଏ ଛାତି ll


ମାଟିର ମଣିଷ ଦୁଃଖ

କାହାକୁ ଦିଶୁନି

ମୌସୁମୀ ଆଉ ପାଗ ସାଥ ଦେଉନି

ତଥାପି ସେ ଲାଗିପଡ଼େ

ନିଜର କର୍ମରେ 

ଦିଏ ନାହିଁ ପଛଘୁଞ୍ଚା ନିଜ ଜୀବନରେ ll


ଅଦିନିଆ କୁଆପଥର 

ଘଡ଼ ଘଡିର ବିକଟାଳ ସ୍ୱରକୁ 

ସେ ଡରି ଯାଇନି

ଫସଲର ବିଭିନ୍ନ ରୋଗ ପୋକ

ଆଗରେ ସେ ହାର ମାନିନି ll


ଏସବୁ ଭିତରେ ବି ସେ

ବିଶ୍ୱକୁ ଯୋଗାଏ ଆହାର

ତା ପାଇଁ ଆମେ ସମସ୍ତେ ବଂଚିଛେ

ଏକଥା ନିଶ୍ଚୟ ସତ ll


କେବେ କେବେ ପୁଣି 

ତାକୁ ସାମ୍ନା କରିବା ପାଇଁ ପଡେ

ଅଭାବୀ ବିକ୍ରିର

ପରିଶ୍ରମର ମୂଲ୍ୟ କେହି 

କେବେ ବି ବୁଝିପାରନ୍ତି ନାହିଁ ll


କିନ୍ତୁ କେବେ ସେ ହତାଶ ହୁଏ ନାହିଁ

ସେ ଜଣିଛି ତାର ଅବଦାନ କଣ

ଏ ବିଶ୍ୱ ପାଇଁ 

ବଦଳରେ ମଧ୍ୟ କିଛି ଆଶା ରଖେ ନାହିଁ

ସେଥିପାଇଁ ତ ସେ

ମାଟିର ମଣିଷ ll


ତାର ଦାନରେ ଆଜି 

ଚଳୁଛି ସଂସାର 

ନାହିଁ ଭେଦ ଭାବ 

ପର ଆପଣାର ll


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics