STORYMIRROR

Debadatta Jena

Abstract Romance Inspirational

4  

Debadatta Jena

Abstract Romance Inspirational

ମାଟିର ଧୁନ..

ମାଟିର ଧୁନ..

1 min
276


ମାଟି ମୋର ଦେହ, 


ମାଟି ମୋ ମହକ, 


ମାଟିରେ ମମତା ମାଖିବି, 


ମାଟିର ଗଂଧରେ 


ଜୀବନ ମୂର୍ଚ୍ଛନା, 


ମାଟିର ସଂଗୀତ ଗାଇବି..!


ମାଟି ମୋର ସ୍ୱର୍ଗ, 


ମାଟି ମୋର ମୋହ, 


ମାଟିରେ ଫସଲ ବୁଣିବି, 


ମାଟିର ପରଶେ 


ପ୍ରାଣସ୍ପର୍ଶୀ ଧରା, 


ଦୂର ଦିଗବଳୟ ଛୁଇଁବି..!


ମାଟି ସିନା ଦେହ 


ମାଟି ତ ବିଶ୍ୱାସ,


ମାଟିର କଥା ମୁଁ କହିବି, 


ମାଟି ତ ଗରବ 


ମାଟିର ମହିମା, 


ମାଟିରେ ବୈକୁଣ୍ଠ ଗଢିବି..!


ମାଟି ମୋ ଅସ୍ତିତ୍ୱ, 


ମାଟି ମୋ ସର୍ବସ୍ବ, 


ମାଟିରେ ଜୀବନ ସଞ୍ଚିବି, 


ମାଟି ପଞ୍ଜରାରେ 


ପାଣି ଓ ପବନ, 


ଆକାଶ ଦେହରେ ଜିଁଇବି..!


ମାଟି ସିନା ବୁଝେ 


ଜୀବନ ସୌରଭ, 


ମାଟି ଯେ ଅମୁଲ ମୂଲ, 


ମାତୃଭୂମି,ମାତୃଭାଷାର 


ମମତା,ପରାଣ ପ୍ରକାଶ ଧନ୍ୟ, 


ମାଟିରେ ଶ୍ରାବଣ 


ମାଟିରେ ଫଗୁଣ 


ମାଟିରେ ସେ ସ୍ପର୍ଶ ବୋଳିବି..!


ମାଟିର ଆବେଗ, 


ମାଟିରେ ପୁଲକ 


ଫୁଲ ଫଗୁଣରେ ହସିବି, 


ମାଟି ଯେ ସରାଗ, 


ଦେହେ ରାଗ,ଅନୁରାଗ 


ସାତ ସୁର ରଂଗେ ମୋହିବି..!


ଏ ମାଟିରେ ଶିଶିର, 


ମାଟିରେ ହେମନ୍ତ 


ମାଟିରେ ଶୀତ ବସଂତ, 


ମାଟିରେ ବୈଶାଖ, 


ଝରେ ଅବୁଝା ଶ୍ରାବଣ, 


ହୃଦୟେ ସ୍ଫୁରଣ ଲେପିବି, 


ମାଟିରେ ସ୍ପନ୍ଦନ 


ଜୀବନ ଆନନ୍ଦ, 


ଅଝାଲ ସଂଗୀତ ସୃଜିବି..!


ଶ୍ରାବଣୀ,,, 


ମାଗେ ସେ ମାଟିର ଧୁନ..!


ତୁମ ଆକାଶ ବକ୍ଷରୁ 


ଛୁଇଁ ଦେଇ ଯାଅ 


ଝରି,ଝର ଝର,ଟୁପ ଟୁପ, 


ଗାଇ,ଛମ ଛମ, ରିମଝିମ, 


ତୋଳି ଝମ ଝମ,ସରଗମ,,, 


ନାଚି ରୁଣୁ ଝୁଣୁ,ରୁମ ଝୁମ..!!


ବର୍ଷାରାଣୀ,,, 


ସାଜିଲେ ପ୍ରେମର ଧୁନ, 


ମେଘ ସଵାରୀରେ 


ରୋଷଣୀ ମଗନେ,ବାଜେ.. 


ତାକ ଧିନ ଧିନ ସେ ଧୁନ..!!


ତୁମେ ନିର୍ଝରିଣୀ 


ଝରିଗଲେ ଥରେ, ମୁଁ,,, 


ମହ ମହ ହୋଇ ବାସିବି, 


ତୁମେ ତ ମୌସୁମୀ, 


ଅସରା ଶ୍ରାବଣ, ତୁମେ,,, 


ଝରିଲେ କବିତା ଲେଖିବି..! 


ତୁମେ ଅପାସୋରା 


ରଂଗ ମାଖି ହେଲେ ଦେହେ,,, 


ଇନ୍ଦ୍ରଧନୁ ଛବି ମୁଁ ଆଙ୍କିବି, 


ମେଘ ରାଣୀ ସାଜ 


ଆକାଶ ବଉଦେ, ମୁଁ,,, 


ନିଝୁମ ଶ୍ରାବଣେ ଭିଜିବି..!







Rate this content
Log in

Similar oriya poem from Abstract