STORYMIRROR

Dharitri Das

Children

3  

Dharitri Das

Children

ମାଟି

ମାଟି

1 min
273

ମାଟି ନୁହେଁ ସିଏ ମାଆ'ଟି

     ଯାର କୋଳେ ପଡ଼ି ଦେଲୁ ଆମେ 

                କୁଆଁ କୁଆଁ ରାଵଗୋଟି।

ଜନନୀ ଜଠରୁ ପଡିବା

     ମାତ୍ରେ କୋଳେଇ ନେଲା ଯେ ଆମକୁ

               ସିଏ ପରା ସେଇ ମା'ଟି।।

ନାଚିକୁଦି ଉପରେ ତାର

     ଧୂଳି ଧୁସରିତ ହୋଇ ଆମେ

             ଦେବୁ ଶେଷେ ଆଖି ମୁଦି।

କେତେଯେ ଖଣିଜ ଦରବ 

      ରଖିଛି ସାଇତି ଆମରି ପାଇଁ

             ଅନ୍ତରରେ ତାର ଖୁନ୍ଦି।।

ରହିବାକୁ ଦେଲା ବାସ

     ଅନ୍ନ ଵସ୍ତ୍ର ତା'ଠୁ ପାଇ ଆମେ

             ବଂଚିଛୁ ହୋଇ ହରଷ।

କାହିଁ କେତେ କାଳୁ ରହିଅଛି

      ଜଣା ନାହିଁ ତାହାତ ଆମକୁ

             ଖୋଜୁଥିଲେ ଇତିହାସ।।

ସୁଖେ ଦୁଃଖେ ଶାହା ହୋଇ

      ଲାଳନ ପାଳନ କରି ଆମକୁ

              ଆଖିଲୁହ ଯାଏ ପିଇ।

ମାଆ ପରି ସହି ଯାଏ ସିଏ

      କେତେ ଅଳି ଅରଦଳି ଆମ

              ନିରୁତ୍ତର ଭାବେ ରହି।।

ଯା ଦେହେ ବିରି ମୁଗ ଧାନ

       ଗହମ ମାଣ୍ଡିଆ ପନି ପରିବା

             ଶାଗ ପତର ଫଳେ।

ସତ କହିଲରେ ତୁମେ ପିଲେ

        ତା ବିନା ରହି ପାରିବା କି ଆମେ

              ଶୂନ୍ୟ ଆକାଶର ତଳେ।।

ଖରା ବର୍ଷା ଶୀତକୁ ସହି

        ଧରିଅଛି କୋଳେ ଯେ ଆମକୁ

              ଅନାବିଳ ସ୍ନେହ ଦେଇ।

ସତ କହିଲରେ ପିଲାଏ

        ଜନ୍ମଦାତ୍ରୀଠାରୁ କେଉଁ ଗୁଣେ

              କମ୍ ହୋଇବରେ ସେଇ।।

ପାହାଡ଼ ପର୍ବତ ଗଛଲତା

        ବକ୍ଷରେ ତାହାର ପାଉଛନ୍ତି ଶୋଭା

              ସତେ କେଡ଼େ ମନଲୋଭା।

ବକ୍ଷ ଚିରି ତାର ଚାଷୀପୁଅ

        ହଳ କରି ନାନା ଜାତି ଫସଲରେ

              ସଜାଇ ଥାଏ ତା ଗଭା।।

ସବୁ ଆଶା ତୁମ ପୂର୍ଣ୍ଣ କରି

        ଏ ସାରା ସୃଷ୍ଟିକୁ କରିଛି ଯିଏ

                ସୁନ୍ଦର ଆଉ ସବୁଜ।

ଯା ପାଇଁ ପାଇଛରେ ତୁମେ

        ଲେଖିବାକୁ ଫର୍ଦ୍ଦ ଫର୍ଦ୍ଦ କାଗଜ

                ତାକଥା ମନରେ ହେଜ।।



Rate this content
Log in

Similar oriya poem from Children