STORYMIRROR

Debadatta Jena

Tragedy

3  

Debadatta Jena

Tragedy

ମାଟି ମା ଓ ମାମୁଁ..

ମାଟି ମା ଓ ମାମୁଁ..

2 mins
283

ଆଜି ବି ସେ ମାମୁଁ ସେମିତି

ଅଳିଆ ଅପରଛନିଆ ଧୂଳି ଧୂସରିତ ହୋଇ ଆକାଶରେ ସେମିତି ପଇଁତରା ମାରୁଛି,

ସଂଜରୁ ସକାଳ ଯାଏ, କେତେ ପାହାନ୍ତି ପହର,

ବେଳେ ବେଳେ ସଂଜ ଆଗରୁ ତ

କେତେ ବେଳେ ସଂଜ ନଇଁଲା ପରେ,

ବଢ଼ି ଭୋରୁ, କୁଆଁ ତାରା ଶୋଇଲା ପରେ,

ବେଳେ ବେଳେ ତାର ଏ ମଳିଚିଆ ରୂପ ଦେଖି

କେତେ କିଏ ଖତେଇ ହେଇଛି,

ଦେହ ସୁଆ ହୋଇଗଲାଣି ତା'ର, ଆଉ ଅଭିମାନ

ତ ତା'ର ଗହଣା, ସେଥିରୁ କାଣିଚାଏ

ସେ କାହାକୁ ବାଣ୍ଟୁ ଥିବାର ନଜିର ନାହିଁ,

ଏଇ ଅଇଦୁଷି ଲଞ୍ଜା ତାରା ପରା ତା'ର ସବୁ ସାକ୍ଷୀ,

ପାଉଁଶିଆ ଆଖିରେ ତା'ର ଉଲକା ପରି ଜଳି ଯିବାର ସର୍ବନାଶୀ ନିଆଁ..!

ପୁରୁଣା ଜହ୍ନ ମାମୁଁ ପତ୍ରିକାର ପୃଷ୍ଠା ଲେଉଟାଇଲେ

ଜଳ ଜଳ ଦିଶେ ତା'ର ମୁହଁ,

ଠିକ ବେତାଳର ଛବି ପରି, ଆସେ ସବୁ ଥର ପରି, ଲଥ କରି ଝୁଲି ପଡେ ବିକ୍ରମ କାନ୍ଧରେ,

ସୁନ ସାନ ଅନ୍ଧାର ରାତିରେ, ଅତି ସନ୍ତର୍ପଣରେ, ଦେହ ନୁହେଁ ତ, ଅ-ଦେହରେ ତା'ର ମେଞ୍ଚା ମେଞ୍ଚା କଳା ଘୁମର ଛାଇ ଅନ୍ଧାର ଦିକୁଳି,

ହାତ ନୁହେଁ ତ ହାଡୁଆ ଶିକୁଳି ଲଗା ପଞ୍ଝା..,

ଯେମିତି ମାଟି, ଗୋଡି, ବାଲି, ପଥରକୁ ଝୁଣି ବିଦାରି ଗ୍ରାସ କରିବାର ସେ ପଞ୍ଝାର ମୋହ,

ପାଦ ନାହିଁ ସେ ପରା ଅଶରିରୀ,ଅସିଣ ଆକାଶର ସେ ଅଇଗୁଣି ଚେହେରା,

ବେଣା ଚେର ପରି କେଶରେ ତା'ର ଯେତେ ଅଛିଣ୍ଡା ସ୍ବପ୍ନ ସବୁ ମାଳ ମାଳ ହେଇ ଝୁଲୁଛନ୍ତି,

ନିଃଶବ୍ଦ ରାତିର ଅପେକ୍ଷାରେ,

ପରଜୀଵୀ ଲହକା ଜିହ୍ୱାରେ ତାର ଅସରନ୍ତି ଲାଳସା, ଚାଟି ଚୁଟି ସଫା କରିବାର ଉତ୍ତୁଙ୍ଗ ପ୍ରୟାସ,

ପରଜୀଵୀ ସିନା ଶୋଷେ ରକ୍ତ, ନିଜ ପାଇଁ, କିଂତୁ ଇଏ ତ ଗୋଟେ ଡାମରା, କେଉଁ କାଉ ଠାରୁ ବି କମ ନୁହେଁ, କିଏ ଉଠୁ କି ନ ଉଠୁ, ସଭିଙ୍କୁ ଉଠାଏ, ଜଗାଏ ନିତି ସକାଳ ହେଲେ,

ନିଜେ ଉଠି ସମସ୍ତଙ୍କୁ ସଜାଗ କରିବା ତ ତା'ର ନିତିଦିନିଆ ଧର୍ମ, କର୍ମ, ରକ୍ତ ନୁହେଁ, ପଚା ଷଢା, ଅନାବନାରେ ତା'ର ଜୀବନ ସୌଦା,

ସେ ବୋଧେ ମାମୁଁ, ଆକାଶର ଜହ୍ନ ନୁହେଁ ମ, ଏଇ ମାଟି ଆକାଶର ଜହ୍ନ, ଯାହାର ନିଜର ଆଲୁଅ ନ ଥିଲେ କଣ ହେଲା,

ସୂର୍ଯ୍ୟ ଠାରୁ ପାଉ ଥିବା କିରଣ ବାଣ୍ଟି,ବୁଂଟି ନିଜେ ସବୁ କଳଙ୍କକୁ ଚାଟି ଚୁଟି ସଫା କରିବାର ଅଦମ୍ୟ ପ୍ରୟାସ..!

ସେ ଆକର୍ଷିତ ଆଲୋକ ସବୁ ବାଣ୍ଟି ବୁଂଟି ଅନ୍ଧାରକୁ ଯେମିତି ସାଇତି ରଖିଛି ସପତ ପୁରୁଷକୁ, କାଳ କଳକୁ, ସେ କଳଙ୍କ ଯୁଗ ଯୁଗର ଅଭିପ୍ସାକୁ ପରିପୂର୍ଣ୍ଣ କରି ଚରିତାର୍ଥ କରିବ ତା'ର ରେଖାଙ୍କିତ ଇତିହାସ,

ଯୁଗ ଯୁଗକୁ, ଅୟୁତ, ଲକ୍ଷ, କୋଟି ଅର୍ବ, ଖର୍ବ,ଅବ୍ଦ ଓ ପରାର୍ଦ୍ଧର ନୁହେଁ, ଦିନେ କିମ୍ବା ଦୁଇ ଦିନର ସେ ଭରସା ପାଇଁ ମାତ୍ର, ସେ କଳଙ୍କିତ ପାରଙ୍ଗ ପୁଷ୍ଟ ନାୟକ ସଫା କରି ଚାଲିଚି ଏଇ ସୀମା ଓ ସରହଦ,

ଏଇ ମାଟି ମାଆକୁ ଭାଇ ପରି, ନିଜ ଆଦର ଯତ୍ନରେ, ଟିକିଏ ଆଶ୍ଲେଷରେ, ଅକୁଣ୍ଠ ଚିତ୍ତରେ,ଦିନରୁ ରାତି ଯାଏ,ସେ ଆମ ପାଇଁ ମାମୁଁ ନୁହେଁ ତ ଆଉ କଣ..??? ମାମୁଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy