ମାଠିଆ
ମାଠିଆ
ମାଠିଆ କୁ ଦିନେ ପଚାରେ ହଣ୍ଡା
କିପରି ତୋପାଣି ଲାଗୁଛି ଥଣ୍ଡା।
ଦାରୁଣ ଗ୍ରୀଷ୍ମରେ ତୋଜଳ ଆଣି
ପିଇଲେ ହେମାଳ ମାଠିଆ ପାଣି।
ବାଲିଟି,ଡେକିଚି,ଢାଳ,କି ଗରା
ଏଥିରେ ପାଣିକୁ ରଖିଲେ ଭରା।
ଗରମ ସେଥିରେ ହୁଅଇ ଜଳ
ତାତିକରି ତାର ଦେଖାଏ ବଳ।
ପାଣିଟାଙ୍କି ପୁଣି କୁଣ୍ଡ ବି କଳ
ଗିନା,ତାଟିଆବି ଗିଲାସ ଦଳ।
ବାସନକୁସୁନ ଖରାରେ ତାତି
ସଭିଏଁ ରାଗରେ ଜଳନ୍ତି ମାତି।
ମାଠିଆ ଧରିଲେ ହାତକୁ ସଦା
ହେମାଳ ଲାଗଇ କିପରି ବତା।
ମାଠିଆ କହିଲା ଶୁଣହେ ଭାଇ
ସେମିତିବି କିଛି ଜାଣିତ ନାହିଁ।
ପଙ୍କ କାଦୁଅରୁ ତିଆରି ଘଟ
ଥଣ୍ଡାମୋ ଧରମ ନକରି ହଟ।
ସେଇପଙ୍କେଦିନେ ମିସିବି ବୋଲି
ଦେବିନି କଷଣ କହୁଛି ଖୋଲି।
