Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Classics Others

4  

ABADHOOT PANDA

Classics Others

ମାତୃଶକ୍ତିର ପ୍ରତୀକ ପାର୍ବଣୀ

ମାତୃଶକ୍ତିର ପ୍ରତୀକ ପାର୍ବଣୀ

1 min
215


ଆଗୋ ମାତେ ଶକ୍ତି ସ୍ୱରୂପିଣୀ 

          ଦିଅ ସୁଶକ୍ତି ଆମକୁ ଆଜି

ଖୋଜି ବୁଲୁଛୁ ଆମେ ଟିକେ

          ତଵ ଅଭୟୁ ଆଶାୟୀ ସାଜି ll

ଲୋଡ଼ା ନାହିଁ ଆମ ଧନ ଜନ

           ଗୋପ ଲକ୍ଷ୍ମୀ ତଵ ଆଶୀଶୁ

କେବଳ ମାତ୍ର ବଞ୍ଚିବାର ରାହା

           ସକାରାତ୍ମକ ଭାବ ପ୍ରକାଶୁ ll

କ୍ଷୁଧା ତୃଷାରୂପୀ ମାତା ତୁମେ

           କରିଛ ଆମକୁ ପିଣ୍ଡ ଦାନ

ବଳିଷ୍ଠ ବପୁରେ ଶକ୍ତି ସଞ୍ଚାରୀ

            ପ୍ରାଣ ରଖିଛ କରି ଯତନ ll

ସର୍ବ ଘଟେ ବିଦ୍ୟମାନ ତୁମେ

            ସତେଜ ଓଜ କରି ଭିଆଣ

ଅନ୍ତସାରଯୁକ୍ତ କରିଛ ଆମକୁ

            ଜନନୀ ଜଠରୁ କରି ତାରଣ ll

ତୀକ୍ଷ୍ଣ ଧାର ଯୁକ୍ତ ଖଡ଼ଗ ତୁମର

            ଶତ୍ରୁ ବିନାଶକ ରକ୍ଷା କବଚ

ଦୁଷ୍ଟ ନିବାରି ସନ୍ଥ ପାଳି କରିଛ 

            ଅବନୀବାସୀଙ୍କ ମହତ ଉଚ୍ଚ ll

ପାର୍ବଣ ଅବସରେ ଦେଇଛ ମା

            ସୁଯୋଗ ସ୍ବସନ୍ତାନେ ଭରସି

ପଶୁତ୍ୱ ସଂହାରୀ ସେମାନଙ୍କ

            କରିଛ ସୁଯୋଗ୍ୟ ନୃତ୍ୱ ବିକାଶି ll

ନାରୀ ମାତୃଜାତି କଷଣ ପ୍ରାବଲ୍ୟ

            ହ୍ରାସ କର ମାଗୋ ସୁଯୋଗିନୀ

ଆଧୁନିକ ଅରାଜକ ସାମ୍ରାଜ୍ୟେ

             ନାଶି ପାଖଣ୍ଡୀ ଯଥା ବିଂଶପାଣି ll

ଏତିକି ଆମର ମାତର ନିବେଦନ

             କରୁ ତଵ ଶ୍ରୀ ଚରଣେ ସଦା

ନ ବହୁ କେବେ ରୁଧିରରୂପୀ ଅଶ୍ରୁ

             ଲଳନା ନୟନୁ ବକ୍ଷ କରି ଓଦା l

ଏକବିଂଶ ଶତାବ୍ଦୀର ରାଜତ୍ୱ 

             ଲଭୁ ପୁଣ୍ୟଫଳ ତଵ ପଦସ୍ପର୍ଶେ

ଯେତିକ କଳ୍ମଷ ହେଉ ବିନାଶ

             ନବଜୀବନ ଲଭି ଚିର ହରଷେ ll



Rate this content
Log in

Similar oriya poem from Classics