ଗ୍ରୀଷ୍ମ ବନ୍ଦନା
ଗ୍ରୀଷ୍ମ ବନ୍ଦନା
ହେ ଗ୍ରୀଷ୍ମ ତୁମେ ଅନଳ ବାହକ
ଧରାଧାମେ ଆଜି ତୁମର ମହକ l
ବସୁମାତା କରୁଛି ଅଭିନଦନ
ତୁମକୁ କରି ତାର ମନକୁ ଆନନ୍ଦ l
ବୃକ୍ଷଳତା ଗୁଳ୍ମ ତୃଣ ପଶୁ ପକ୍ଷୀ
ସମସ୍ତେ ଆଜି ଚାହାଁନ୍ତି ନିରିଖୀ l
ଏତେ ସୁନ୍ଦର ତୁମର ଠାଣି ସତେ
ଶୋଭା ବର୍ଦ୍ଧନ କରଣେ ମରତେ l
ଯଦିବା ତୁମର ଆଭା ଅତି ଉତ୍ତପ୍ତ
ପ୍ରକୃତି ହୁଏ ସଦା ସବୁଜେ ମଣ୍ଡିତ l
ଅନ୍ନ ଦାତା ସମାଜର ସଦା ତୁମେ ଶୁଭେଛୁ ଆଉ ହିତାକାଂକ୍ଷୀ ତୁମେ
ନ ଆସ ଯଦି ତୁମେ ଧରା ବୁକେ
ପ୍ରକୃତି ଅସନ୍ତୁଳିତ ହବ କଟକେ l
ନାଶ କରି କ୍ଷତିକାରୀ ଅଣୁଜୀବ
ନିରୋଗ ରଖ ତୁମେ ସର୍ବ ଜୀବ l
ଯଦିଓ ଉତ୍ତାପ କ୍ଲୀଷ୍ଟ ଧରାବାସୀ
କେବେ ବି ହୁଅନ୍ତିନି ଅବିଶ୍ୱାସୀ l
ଜାଣନ୍ତି ସଭିଏଁ ତୁମେ ଯେ ମିତ
କଷ୍ଟ ଟିକେ ଦେଇ କର ଜନ ହିତ l
ଛତାଟୋପିପଗଡ଼ି ପିନ୍ଧି ନରନାରୀ
ସ୍ୱାଗତ କରନ୍ତି ତୁମକୁ ନଭାବି ଅରି
କଳା ଚଷମା ଆଖିରେ ଥାଏ ସଦା
ଓଦା ଗାମୁଛା ଚାଷୀ ମୁଣ୍ଡେ ବନ୍ଧା
ଶୁଖା ନଈ ନାଳ ଵାମ୍ପି କୂଅ ନାଳ
ଜଲଚର ପ୍ରାଣୀ ଟିକେ ହୁଏ କାଳ
ତଥାପି ସେମାନେ ଅଛନ୍ତି ସୁଖେ
ଅପେକ୍ଷାରତ ବର୍ଷାକୁ ଅବିମୁଖେ l
ବରଷା କାଳ ସାଜେ ଇଦ୍ଭିଦ ମିତ
କେବଳ ତୁମର କରୁଣା ବିହିତ l
ଆସ ସଦା ତୁମେ ଏଠିକି ଫିବର୍ଷ
ନହୁଅ ବିରାଗ କଳୁଷ କର ନାଶ l
କରୁଛୁ ପ୍ରାର୍ଥନା ହେ ଗ୍ରୀଷ୍ମ ଋତୁ
ପତିତ ପାବନ ତୁମେ ରବି ହେତୁ l