STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମାତୃଭାଷା ସଂସ୍କୃତି ସଂସ୍କାର

ମାତୃଭାଷା ସଂସ୍କୃତି ସଂସ୍କାର

1 min
8


ଭାଷା ଓ ସଂସ୍କୃତି ସଂସ୍କାର ଓଡ଼ିଆ

କୈବଲ୍ୟ ନିର୍ମାଲ୍ୟ ମଣେ

ମନୁଷ୍ୟ ଅସ୍ତିତ୍ଵ ନିହିତ ତହିଁରେ

ବଞ୍ଚିବାର  ମନ୍ତ୍ର  ଜାଣେ !!


ସଂସ୍କୃତି ସଂସ୍କାର ନାହିଁ ଜୀବନର

ନାହିଁ ମାତୃଭାଷା ଶିକ୍ଷା

ନୁହେଁସେ ମନୁଷ୍ୟ ପଶୁରସଦୃଶ୍ୟ

ଧରି ଥାଏ ପଶୁ ଦୀକ୍ଷା !!


ହେବ କି ସମ୍ଭବ କହିବାକୁ କିଛି

ନ ଥିଲେ ଜନନୀ ଭାଷା

ଭାଷାର ବିକାଶେ ସାହିତ୍ୟ ଉନ୍ନତି

ମାତୃଭାଷା ପରିଭାଷା !!


ବଞ୍ଚିଲେ ସାହିତ୍ୟ ଭାଷା ବି ବଞ୍ଚିବ

ତିଷ୍ଟିବ ଓଡ଼ିଆ ଜାତି

ପ୍ରେମପ୍ରୀତିଶ୍ରଦ୍ଧା ମମତା ଭାଷାର

ରାଷ୍ଟ୍ରର ତହିଁ ପ୍ରଗତି !!


ଓଡ଼ିଆ ଭାଷାର ଶାସ୍ତ୍ରୀୟ ସ୍ବୀକୃତି

କରିଛି ଗୌରବମୟ

ସୁରକ୍ଷା କରିବା ଜନନୀର ଭାଷା

ଶ୍ରଦ୍ଧା ପ୍ରେମ ପରିଚୟ !!


ଦିଏ ଟି ଚେତନା ସାହିତ୍ୟ ଓଡ଼ିଆ

ଜନଜନ ସମାଜର 

ବଜାଇ ରଖିଲେ ସ୍ବତନ୍ତ୍ରତା ତାର

ଉନ୍ନତି ହେବ ଜାତିର !!


ପ୍ରଭୁ ଜଗନ୍ନାଥ ଆରାଧ୍ୟ ଆମର

ଜଗନ୍ନାଥ ପରମ୍ପରା

କୃଷ୍ଣ ରାମ ଶିବ ଭକ୍ତି ଚିରନ୍ତନ

ସଂସ୍କାର ସଂସ୍କୃତି ଧାରା !!


ସେବା ପିତୃମାତୃ ସଂସ୍କୃତି ଆମର

ସଂସ୍କାର ଟି ସନାତନ

ଦୁର୍ଲ୍ଲଭ ଜୀବନ ଭାଷାରେ ନିପୁଣ

ଅମୂଲ୍ୟ କୀର୍ତ୍ତି ଚନ୍ଦନ !!


ସିହଂଭୂମୀ  ବନ୍ଧୁ  ହୁଅ  ଏକତ୍ରିତ

କରିବା ଭାଷା ସୁରକ୍ଷା

ହେଲେ ଷଡ଼ଯନ୍ତ୍ର ନ ଡ଼ରିବ କେବେ

ଉତ୍ତୀର୍ଣ୍ଣ ହେବା ପରୀକ୍ଷା !!




Rate this content
Log in

Similar oriya poem from Abstract