STORYMIRROR

Mamatamanjari Das

Abstract

4  

Mamatamanjari Das

Abstract

ମାପୁଥିବି ତୁମ ହୃଦୟର ଗଭୀରତା

ମାପୁଥିବି ତୁମ ହୃଦୟର ଗଭୀରତା

1 min
306

ଆଜି କାହିଁକି ଭଲ ଲାଗେ

ଝଡ ପରର ନୀରବତା ନିର୍ଜନତା

ଆଖି ବନ୍ଦ କରି ମୁଁ ମାପି ଚାଲେ

ମୋ ହୃଦୟରେ ତୁମ ସରଳତାର ଗଭୀରତା।

କେମିତି କେଜାଣି

ତୁମେ ମୋତେ ଆପଣାଇ ନେଲ

ହେଲେ ମୁଁ ତ

ଝଡର ପ୍ରବାହେ ହୋଇ ଯାଇଥିଲି

ଏକ ବାସୀ ଝଡା ଫୁଲ ।

ତୁମେ ମୋତେ ଆପଣାଇ ନେଲ

ଭାବି ଏକ ଅମୂଲ୍ୟ ମୁକୁତା

ହେଲେ ସେହି ମର୍ମନ୍ତୁଦ ଝଡରେ

ମୁଁତ ହରାଇ ସାରିଥିଲି ମୋର ଜୀବନର ସତ୍ତା ।

ତଥାପି ତୁମେ ମୋତେ

ଆପଣାଇ ନେଲ ମନେ ଭରି ଆବେଗତା

ମୁଁ ଏକ ଅପନ୍ତରା ମୂଲକର

ଥିଲି ଝଡା ଫୁଲ ଟିଏ

ହସି ହସି ସବୁଜାଣି

ଭରିଲ ମଥାରେ ସିନ୍ଦୁର

ଦେଲ ମୋତେ ସ୍ତ୍ରୀ ର ମାନ୍ୟତା ।

ଦେଖାଇଲ ତୁମେ ମୋତେ

ଆଲୋକର ଦୁନିଆ ଟିଏ

ଆଜି ବି ମନେପଡେ ସେ ଝଡର

କରୁଣ କାହାଣୀ

ଯେଉଁ କାହାଣୀ ବଦଳାଇ ଦେଲା

ମୋ ଜୀବନର ମୋଡ

ଆତ୍ମହତ୍ୟାର ପନ୍ଥାକୁ ଆପଣାଇ ଥିଲି

ହେଲେ....

ତୁମର ଭଲପାଇବା ଆଗରେ

ମୁଁ ମଥାନତ କଲି ।

ଏବେ କିନ୍ତୁ ସ୍ପୃହା ମୋର

ଜିତିବାକୁ ଏ ଜୀବନ ରେଖା

ତୁମ ପାଦେ ପାଦ ମିଳାଇ ଚାଲିବି ପଥ

କହିବି ମରମ ତଳର ବ୍ୟଥା

ଗାଢ଼ ଅନ୍ଧାର ନିଶବ୍ଦ ରାତିରେ

ମାପୁଥିବି ତୁମ ହୃଦୟର ଗଭୀରତା ।



Rate this content
Log in

Similar oriya poem from Abstract