STORYMIRROR

Banabihari Mishra

Abstract

2  

Banabihari Mishra

Abstract

ମାନସୀ

ମାନସୀ

1 min
2.9K

କାକକୃଷ୍ଣ କବରୀରେ ବନ୍ଦିନୀ ଶର୍ବରୀ

ରଜନୀଗନ୍ଧା ସ୍ତବକ ଆଣେ ନିଶି ଭ୍ରମ

ମୁଖ ନିନ୍ଦେ ନିଶାକର, ନୟନ ଯୁଗଳ

ଚପଳ ଚମକ ଯେହ୍ନେ କୁରଙ୍ଗୀର ସମ


ଧୂର୍ଜଟୀ ବାଦ୍ୟର ପ୍ରାୟ ତନୁ ମଧ୍ୟ ଭାଗ

ଗତି ଅତି ମନୋହର ନିନ୍ଦେ ରାଜହଂସୀ

ଓଲଟ ରମ୍ଭା ପରାୟ କୁକ୍ଷି ଅଧୋଭାଗ

ପଞ୍ଚଶାୟକ ନୟନେ ଦ୍ବିନବ ବୟସୀ


ଅତନୁ ଆହତ ହୁଏ ନିଜ ଶରାଘାତେ

ବିହି କେମନ୍ତେ ଗଢିଲା ତନୁ ଏ ବାଳାର

ରତି ଅବା ରମ୍ଭା କିମ୍ବା ମେନକା ଉର୍ବଶୀ

ଅବା କେଉଁ ସୁରବାଳା ହେଲା ଅବତାର


କୋକିଳ ଲଜ୍ଜିତ ଶୁଣି ଯାର କଣ୍ଠସ୍ବର

ବିକସିତ କୁସୁମର ସୁବାସ ପୁରିତ

ଯାର ଉପସ୍ଥିତି ମାତ୍ରେ ହୁଏ ମଧୁମାସ

ଭ୍ରମର କୁସୁମ ଆଶେ ହୁଅନ୍ତି ଭ୍ରମିତ


ତିନି ଭୁବନରେ ସେହି ଅପୂର୍ବ ସୁନ୍ଦରୀ

ହୁଅନ୍ତା କି ଥରେ ହେଲେ ମୋ ଅଙ୍କଶାୟିନୀ

ଲଭନ୍ତି ମୁଁ ସ୍ବର୍ଗସୁଖ ନାହିଁ ତ ସନ୍ଦେହ

ଆଉକେଉଁ ଆଶା ଆଉ ନଥାନ୍ତା ଯେ ପୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract