STORYMIRROR

Kishore Nayak

Children

4  

Kishore Nayak

Children

ମାଣିଆ ଅଜା

ମାଣିଆ ଅଜା

1 min
285



ମାଣିଆ ଅଜା 

ନାତି ସଙ୍ଗେ ଦେଖ କରୁଛି ମଜା ll

ଅଜାର ନାତିଟା ଭାରି ଚଗଲା 

ସଭିଙ୍କ ସାଥିରେ କରେ ଝାମେଲା ll

ମନ ଦେଇ ପାଠ ପଢ଼େନି ଜମା 

ଭାରି ଅଳସୁଆ ପାଠରେ ଧିମା ll

ଖରାରେ ତରାରେ ବୁଲଇ ଖାଲି 

ଖାଇ ଶୋଇପଡେ ଝରକା ଖୋଲି ll

ଅଜା ଦେଇଛି ତା' ନାଁ ମନୁଆ 

ମନୁଆର ସାଙ୍ଗ ଅଟେ ସନିଆ ll

ସନିଆ ଅଟଇ ବଢିଆ ପିଲା 

ଭଲ ପାଠ ପଢେ ନୁହେଁ ଚଗଲା ll

ପରୀକ୍ଷା ସମୟ ହୋଇଲା ଆସି 

ଅଜାର ମନରେ ନଥାଏ ଖୁସି ll

ମନୁଆ ଯାଇ ପରୀକ୍ଷା ଦେଲା 

ଦେଖିଲା ବେଳକୁ ଫେଲ୍ ହେଲା ll

ଅଜାର ମନଟା ବହୁତ ଦୁଃଖ 

ମଉଳି ଯାଇଛି ଅଜାର ମୁଖ ll

ମନୁଆକୁ ଡାକି କହିଲା ଅଜା 

ଆଉ କରିବିନି ତୋ ସାଥେ ମଜା ll

ନପଢ଼ିବୁ ଯଦି ନଦେଇ ମନ 

ଦୁଃଖତୁ ଭୋଗିବୁ ସାରା ଜୀବନ ll

ଅଭାବ କଷଣେ ଦିନ କାଟିବୁ 

ଜୀବିକାଟେ ପାଇଁ ଘୁରି ବୁଲିବୁ ll

ବିଦ୍ୟାଠାରୁ ବଳି ନାହିଁରେ ଧନ 

ସୁଖମୟ କରେ ଏଇ ଜୀବନ ll

ମନୁଆକୁ ଭାରି ଦୁଃଖ ଲାଗିଲା 

ଅଜା ହାତ ଧରି କଥା ସେ ଦେଲା ll

ଆଉ ମୁଁ ହେବିନି ଚଗଲା ଜମା 

ନକରି ଅଳସ ହେବିନି ଧିମା ll

ଏଥର ମନୁଆ ପଢ଼ିଲା ପାଠ 

ଚଗଲା ନହୋଇ ନକରି ମଠ ll

ପାଠ ପଢି ବଡ଼ ହାକିମ ହେଲା 

ମାଣିଆ ଅଜାର ନାଁ ରଖିଲା ll



Rate this content
Log in

Similar oriya poem from Children