ମାନବର ଧର୍ମ
ମାନବର ଧର୍ମ
ପରମ ଧର୍ମ ବୋଲି ମାନବ ସେବାକୁ
ପ୍ରକଟ କର ଏହାର ମରମ ଗାଥାକୁ ।
ପରକାର୍ଯ୍ୟେ ମତିଦିଅ କର ତହିଁ ସେବା
ପରପଞ୍ଚ ସେବାରେ ରହେ କି' ପ୍ରତିଭା?
ପରଶେ ଦୁଃଖିଟି କେତେ, ଶ୍ରଦ୍ଧା ଆଉ ଆଶିଷ
ପ୍ରସ୍ଫୁଟିତ ହେଲେ ତା ଖୁସି, ହରିଲେ ତା କ୍ଲେଶ ।
ପାପକର୍ମ କରନାହିଁ, ଦିନେ ଯେ ଚାଲିଯିବ
ପୁଣ୍ୟ କରିଥିଲେ ସିନା, ଯଶଧ୍ଵଜ ଉଡିବ!
ପଡ଼ିବ ଏ ଭବେ କେତେ ଯେ' ତୁମ ନାମ
ପ୍ରସଙ୍ଗେ କହିବେ କେତେ, ତୁମ ଗୁଣଗ୍ରାମ ।
ପର ଏ ଭବେ ସବୁ ନୁହଁଇ କିଛି ସ୍ଥିର
ପଡେ ଧନ୍ଦି ହୋଇ ଜନ, ଏ ମୋହମାୟାର ।
ପାଏ ଦୁଃଖ କିଏ ପୁଣି, ପିଏ ନିଜ ରକତ
ପୁଣି କିଏ ସୁଖେ ବୁଡେ ,ଏହାଜାଣ ଶତତ ।
ପିଏ ମାଦକ ରସ, କରି କେତେ ଖୁସି ମନ
ପେଟ ପାଇଁ ପୁଣି କେ ରହେ, ଉପବାସ ମାନ ।
ପଙ୍ଗୁ,କାଲ, କୁଜା,କଣା ଏ ଜନ ମାନସରେ
ପ୍ରତି ଦୀନ ଦୟାକର ଦୁଃଖ ତାଙ୍କ ଫେଡରେ ।
ପକାଏ ଯେହ୍ନେ କିରଣ ରବି ଘୃଣା ଭାବ ନକରି
ପାତର ଅନ୍ତର ନୀତି ଦୂର କରଇ ସେ ଯେପରି ।
ପରମ ପୂଜ୍ୟ ପ୍ରଭୁ ହେ, ଅନନ୍ତ ଗୋପାଳ
ପ୍ରଭୂ ଦୀନ, ଦୁଃଖ ହରି ସୁଖ ଟିକେ ପଖାଳ ।