ମାନବିକତା
ମାନବିକତା
ମଙ୍ଗଳମୟ ଙ୍କ ସୁଧାମୟ ସୃଷ୍ଟି
ଆମ ଏ ଜୀବ ଜଗତ
ସର୍ବ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ବୋଲାଏ
ଜ୍ଞାନ ରେ ଜିତେ ଜଗତ ।
ଆଜିର ଯୁଗ ରେ ମଣିଷ ପଣିଆ
ହରାଇଛି ଏ ମଣିଷ
କାମ କ୍ରୋଧ ଲୋଭ ହିଂସା ଅଶାନ୍ତି ର
ମଣିଷ ବନିଛି ଦାସ।
ନିଜ କୁ ଭାବନ୍ତି ସବୁଠାରୁ ବଡ଼
ଅନ୍ୟକୁ ଭାବନ୍ତି ହୀନ
ଆପଣା ସ୍ୱାର୍ଥ ରେ ସବୁ ଯାନ୍ତି ଭୁଲି
ବଡ କୁ ନାହିଁ ସମ୍ମାନ ।
ଦୟା କ୍ଷମା ପ୍ରେମ ଅହିଂସା ପଣିଆ
ନଜର କୁ ଆସେ ନାହିଁ
ମାନବିକତାର ମୁଲ୍ୟବୋଧ ଆଜି
ଶବ୍ଦକୋଷେ ଅଛି ରହି ।
ନାବାଳିକା ବୃଦ୍ଧ କଅଁଳା ଶିଶୁ ବି
ଆଜି ଧର୍ଷଣ ଶିକାର
ନର ଦେହ ଧରି ରାକ୍ଷାସ ବୁଲନ୍ତି
ନିତି ଦିନ ମିଳେ ଖବର ।
ଧନୀ ପାଏ ଏଠି ମାନ ସନମାନ
ଗରିବ ପାଏନା ଭାତ
ବାହୁବଳୀ ପାଏ ସବୁଠି ଆଦର
ଦୁର୍ବଳ ଖାଉଛି ନାତ ।
ମାନବିକତା କୁ ହରାଇ ସମାଜ
ବିକଳାଙ୍ଗ ବ୍ୟାଧିଗ୍ରସ୍ତ
ଜ୍ଞାନୀ ଗୁଣି ସଚେତକ ସୁଧିଜନ
ଦେଖି ଏହା ଭୀତତ୍ରସ୍ତ ।
ଧନ ଦିଏ ନାହିଁ ଶାନ୍ତି କି ସନ୍ତୋଷ
ନା ଯୌବନ ଚୀରସ୍ଥାୟୀ
ଗର୍ବ ଅହଂକାର ତେଜ ହେ ମଣିଷ
ଇଶ୍ୱର ଶରଣେ ଯାଇ ।
ସଭିଏଁ ସମାନ ଇଶ୍ୱର ସନ୍ତାନ
ନୁହଁ ଛୋଟ ବଡ କେହି
ପର ଆପଣାର ଭେଦ ଭୁଲି ଯାଅ
ଜୀବେ ଦୟା ଆପଣେଇ ।
ଦି ଦିନ ଦୁନିଆ ଦି ଦିନ ଜୀଵନ
ଭାତୃ ଭାଵ ମନେ ବହି
କ୍ରୋଧ ହିଂସା ପରିତ୍ୟାଗ କରି ବଞ୍ଚ
ଜୀଵନ ର ଗୀତ ଗାଇ ।