STORYMIRROR

Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ମାନବିକତା

ମାନବିକତା

1 min
613


ମଣିଷ ମନରେ ଗର୍ବ ଈର୍ଷା ଅହଙ୍କାର

ହୃଦୟ ମନରୁ ଖାଇଯାଏ ସବୁକିଛି

ମନ ବିବେକ ଥାଇ ସବୁ ହଜାଇ ଦିଅନ୍ତି

ଭରସା ବିଶ୍ବାସ ଭାଙ୍ଗି ଭୁଲନ୍ତି ମଣିଷ ପ୍ରୀତି।। 


ଅ ମାନବିକତାର ସ୍ପଷ୍ଟ ନଗ୍ନ ଚିତ୍ର ସବୁ

ସ୍ବଛ ଜଳ ପରି ଜଳ ଜଳ ହୋଇ ଦିଶେ

ଆଜିର ସନ୍ତାନ ଭୁଲି ମନୁଷ୍ୟତା ଓ ବିଶ୍ବାସତା

ପିତା ମାତାଙ୍କୁ ରଖନ୍ତି କେତେ ଯେ କଷ୍ଟେ।।


ଦରିଦ୍ର ମଣିଷ କଷଣ ଅତିଷ୍ଠ

ଜଣା ଅଛି ଏବେ ସମାଜର

ପୁରାତନ ହେଉ ଅବା ଆଧୁନିକ

ଗରିବ ମଣିଷ ସବୁରେ ହତାଦର।।


ଧନ ଦୌଲତ ପାଖେ ରଖି ଧନୀ

ଦେଖାଏ ମନର କେତେ ଯେ ଗ୍ଲାନି

ଗର୍ବ ଅହଙ୍କାର ସବୁ ଯେ ତାଙ୍କର

ସତରେ ଦୁର୍ଯ୍ୟୋଧନ ପରି ମନମାନି।।


ମାନବିକତାର ମହତ ପଣିଆ ହଜାଇ 

ଭାବୁଥାଏ ନିଜକୁ ଧନୀକ ବୋଲି 

ଧନ ଦୌଲତ ପ୍ରାଚୁର୍ଯ୍ୟ ସମ୍ପଦ ପାଖେ ରଖି

ସବୁ କଳଙ୍କ ମୁଣ୍ଡେ ଲଦିଥାଏ ଖାଲି।। 


ସମାଜର ସେବା ସମାଜ କଲ୍ୟାଣ

ଦୂରେ ରହି ସବୁ ଭାବନ୍ତି ନିଜର କଥା

ସ୍ଵାର୍ଥପର ସାଜି ସମାଜ ବକ୍ଷରେ‌ 

ଦିଅନ୍ତି ଯେ କଷଣର ଲମ୍ବା ବ୍ୟଥା।। 


ମାନବିକତାର ଶବ୍ଦଟି ଭାରି 

ଅଟେ ଯେ ଜୀବନର ମୂଲ୍ୟବାନ

ଆମେ ଯେ ମଣିଷ ବୁଝିକି ଅବୁଝା

ଜାଣି ବି ଅଜଣା ବିତେ ଆମ ରାତି ଦିନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract