STORYMIRROR

Amita Dash

Tragedy Inspirational

4  

Amita Dash

Tragedy Inspirational

ମାଁ ର ବୋହୂ, ଭୁଆସୁଣୀ ବେଳର କଥା(ବୋଝ)

ମାଁ ର ବୋହୂ, ଭୁଆସୁଣୀ ବେଳର କଥା(ବୋଝ)

1 min
241


ସେକାଳ ପଖାଳ ପାଶୋର ଗଲାଣି।

ତୁମର ଆଜିକାଲି ଚିକେନ୍,ବିରିୟାନିରେ ଧ୍ୟାନ।

ଆମେ ପୁରୁଣା କାଳିଆ ମରହଟିଆ ଇଲିଶି ଶୁଖୁଆରେ ମନ।

ଯାହାଦେଇନୁ ତୁଣ୍ଡେ

ତା ଦବୁ ଗୋହରୀ ମୁଣ୍ଡେ

ବୟସ ବେଳେ ଖାଇବା ମିଳିନି

ଏବେ ପିଲାଙ୍କ ହଁ ରେ ହଁ ମିଶୁଚି

ବୋହୂ ଭୁଆସୁଣୀ ବେଳର କଥା

ମନେପଡେ।

ପନ୍ଦର ବର୍ଷରୁ ବାହା ଦିଅ

ପାଇଟିସାରି ଦୀର୍ଘନିଃଶ୍ୱାସ ମାର।

ନନା ଭାବୁଥିଲେ ଝିଅ ନୁହେଁ ମୁଁ

ନଳିତା ବିଡା, ମୁଣ୍ଡରୁ ବୋଝ

ଖାଲି କର।

ଶାଶୁଘରେ ରାତିଦିନ କାମ କର

ଆମ ଖାଇବା ଚିନ୍ତା କାହାର

ବରଷାଝଡିର ପାଣି ପଶା ଗମରା

ଚାଉଳ।

ତତଲାଭାତ ଚୁଲିକି ଯାଉ,ପଖାଳ

ତୋରାଣି ପାଇଁ ପେଟ ପୋଡୁଥାଉ।

ଦୁଇକୋଶରୁ ପାଣି ଅଣା

ଚୁଲି ପାଖେ ଧାନ ଉଷୁଆ

ଗାଈ ଗୁହାଳୁ ଗୋବର ଉଠା

ସବୁରି ଉପରେ ଶ୍ୱଶୁର ଆଉ ପିଲାଙ୍କ ଛଟା।

ବିଛଣା ଉପରକୁ ଯିବା ପାଇଁ ରାତି

ବାରେଟା।

ଘରର କୋଉ କଥା ସ୍ୱାମୀଙ୍କୁ କହିଲେ ହେବୁ ହଟ‌ହଟା।

ଧୋଇ ଶୁଖେଇ ପିନ୍ଧିବାକୁ ଦୁଇ,ତିନିଖଣ୍ଡି ଲୁଗା।

ବୁଢ଼ୀ ବୟସରେ ଲମ୍ବା ଗୃହସ୍ଥିର

ଲମ୍ବା ଚିଠା।ପେଟରେ ଭୋକ ଥାଇ ଖାଇବା ନଥିଲା।

ଆଜି ଖାଇବା ଥାଇ ପେଟମରିଗଲା।

ଅବଶୋଶ ନାହିଁ।

ସବୁ କରିି କିଛି ନ କରି ପାରିବା

ଏଇତ ନାରୀର ପାରିବାପଣିଆର ଉପହାର ଦେବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy