ମାେ ବାପା
ମାେ ବାପା
ହାତ ଧରି ତୁମ ଚାଲି ଶିଖିଥିଲି
ତୁମ ପାଦେ ପାଦ ଥାେଇ
କଣ୍ଟାର ପଥରେ ଚାଲିବା ଆଗରୁ
ଦେଇଥିଲ ହାତ ବଢେଇ
ଅଭିମାନ କରି କାନ୍ଦୁଥିଲେ ମୁହିଁ
ସ୍ନେହ କେତେ କରୁଥିଲ
ଗେଲ ବସରରେ ପାଳି ଥିଲ ମତେ
ପରୀଟିଏ ଥିଲି ତୁମର
ହୃଦୟରେ ମାେର ଅଛ ପ୍ରତିକ୍ଷଣ
ତୁମ ପାଇଁ ସ୍ପନ୍ଦିତ ଛାତି
ତୁମ ବକ୍ଷ ତଳେ ଲୁଚିଯାଏ ଯେବେ
ଭୟ କେବେ ଛୁଏଁ ନାହିଁ
ଅସ୍ପଷ୍ଟ ଶବ୍ଦର ପୂର୍ଣ ବାକ୍ୟ ତୁମେ
କବିତାର ମଧୁଝର
ସାଉଁଟା ଫୁଲର ମଧୁ ବାସ୍ନା ତୁମେ
ମାେ ହୃଦୟର ଠାକୁର
