STORYMIRROR

Smruti Sephali Meher

Abstract

2  

Smruti Sephali Meher

Abstract

ମାେ ବାପା

ମାେ ବାପା

1 min
109

ହାତ ଧରି ତୁମ ଚାଲି ଶିଖିଥିଲି

ତୁମ ପାଦେ ପାଦ ଥାେଇ

କଣ୍ଟାର ପଥରେ ଚାଲିବା ଆଗରୁ

ଦେଇଥିଲ ହାତ ବଢେଇ  

ଅଭିମାନ କରି କାନ୍ଦୁଥିଲେ ମୁହିଁ

ସ୍ନେହ କେତେ କରୁଥିଲ

ଗେଲ ବସରରେ ପାଳି ଥିଲ ମତେ

ପରୀଟିଏ ଥିଲି ତୁମର

ହୃଦୟରେ ମାେର ଅଛ ପ୍ରତିକ୍ଷଣ

ତୁମ ପାଇଁ ସ୍ପନ୍ଦିତ ଛାତି

ତୁମ ବକ୍ଷ ତଳେ ଲୁଚିଯାଏ ଯେବେ

ଭୟ କେବେ ଛୁଏଁ ନାହିଁ

ଅସ୍ପଷ୍ଟ ଶବ୍ଦର ପୂର୍ଣ ବାକ୍ୟ ତୁମେ

କବିତାର ମଧୁଝର

ସାଉଁଟା ଫୁଲର ମଧୁ ବାସ୍ନା ତୁମେ

ମାେ ହୃଦୟର ଠାକୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract