STORYMIRROR

Madhulita Nayak

Abstract

4  

Madhulita Nayak

Abstract

ମାଆ

ମାଆ

1 min
232


ବୋଉ

ଶବ୍ଦଟି ଅସରନ୍ତି ଶକ୍ତିର ସମାହାର

ମୂର୍ତ୍ତିମନ୍ତ ସ୍ୱରୂପ କରୁଣା ଆଉ କୃପାର...!!


ବୋଉ

ଶବ୍ଦଟି ବ୍ରହ୍ମାଣ୍ଡର ଗ୍ରନ୍ଥାଗାର

ଯେଉଁଥିରେ ଭରି ଅଛି ସମସ୍ତ ଉର୍ଜା ଜଗତର...!!


ବୋଉ

ଶବ୍ଦଟି ସତ୍ୟ ,ପ୍ରେମ,ଧର୍ମ,ସାହସ ଓ ଧୈର୍ଯ୍ୟ ର,

ଯାହାର ନାହିଁ କୌଣସି ଆକାର ପ୍ରକାର...!!


ବୋଉ

ଶବ୍ଦଟି କେବେ କରୁଣ କାହାଣୀ ଦେବକୀର ଯନ୍ତ୍ରଣାର,

କେବେ ମମତାର ପ୍ରେମମୟୀ ରୂପ ମା ଯଶୋଦାର...!!


ବୋଉ

ଶବ୍ଦଟି କେବେ ଶୀତଳ ଛାୟା କଠୋର ନିଦାଘରେ,

ପୁଣି କେବେ ବରଷାର ବାରିଧାରା

ମରୁଭୂମିର ବାଲୁକା ରାଶିରେ...!!


ବୋଉ 

ଶବ୍ଦଟି ହସ,କାନ୍ଦ,ସୁଖ,ଦୁଃଖର ସମ୍ମିଶ୍ରଣ,

ସନ୍ତାନର ସୁଖ ପାଇଁ ଏଡାଇ ଦେଇ ନିଜ ଖୁସି ଅପଣାଏ କଣ୍ଟକିତ ପଥ,

ସଂସାରକୁ କରି ପ୍ରତ୍ୟାଖ୍ୟାନ...!!!


Rate this content
Log in

Similar oriya poem from Abstract