ମାଆ ତାରିଣୀ
ମାଆ ତାରିଣୀ
ଶାଳ ଗଛ ମୂଳେ ଦେଲି ଲୋ ମାଟି ଘୋଡା ମାଟି ଦୀପ ଆଉ ନଡ଼ିଆ ଗୋଟେ ଲୋଡ଼ା ।
ଗୋଟା ନଡ଼ିଆ ରୁ ଛାଡିବ ନାହିଁ କତା
ଗଛରେ ବାନ୍ଧି ଦେ ମନାସି ମନ କଥା ।
ଡହଳ ବିକଳ ମନକୁ ସେ ବୁଝିବ
ମାଆ ନଥିଲେ ତ କିଏ ସେ ସାହା ହେବ ।
ପଣତେ ପୋଛିବ ମନରୁ ଦୁଃଖ ଶୋକ
ଲିଭାଇ ଦେବ ସେ ଛାତି ତଳର ଭୋକ ।
ମରୁ ଅଗଣା ରେ ଫୁଟାଇ ଦେବ ଫୁଲ
ବିପଦ ବେଳରେ ହୋଇବ ସିନା ଢାଲ ।
ସୁନା ବେଶ ପାଇଁ ଚାଲିଛି ସଜ ବାଜ
ନାଲି ପାଟ ପିନ୍ଧି ହସୁଛି ମାଆ ଆଜ ।
ଧୂପ ଦୀପ ଭୋଗ ସଜାଡି ଦିଅ ଥାଳ
ଆଳତୀ ସହଳ ହୋଇବ ବେଗେ ଚାଲ ।
