STORYMIRROR

Manjurani Mishra

Abstract Classics Inspirational

3  

Manjurani Mishra

Abstract Classics Inspirational

କଳା ତୁଳସୀ

କଳା ତୁଳସୀ

1 min
927


କାଳିଆ ମଥାରେ ଦେଉଛି ହସି

ଦୟଣା  ସେବତୀ  ସାଥୀରେ ମିଶି

ମହକ  ଭରଇ  ଦିବସ ନିଶି ।


ଅରୁଣ  ସ୍ତମ୍ଭକୁ ଦେଲି ଆଉଁସି

ଭାବକୁ  ନିକଟ  ଅଭାବ ବେଶି

କଳା ତୁଳସୀ ।


ବାଇଶି  ପାହାଚେ  ବସିଲି ଆସି

କାଳିଆ ଉପରେ  ଗଲି ମୁଁ ରୁଷି

କଳା ତୁଳସୀ ।


କଳ୍ପବଟ  ମୂଳେ ବସିଲି  ଆସି

ବ୍ରତ ବାନ୍ଧି ଦେଲି ଶୁଭ ମନାସି

କଳା ତୁଳସୀ ।


ଆନନ୍ଦ ବଜାରେ  ବସିଲି  ଆସି

ଅଭଡ଼ା  ପାଇଲି ମନକୁ  ତୋଷି

କଳା  ତୁଳସୀ ।


ସମୁଦ୍ର କୂଳ ରେ ବସିଲି ଆସି

ଜଳ ରେ ଖେଳୁଛି ସରଗ ଶଶୀ

କଳା  ତୁଳସୀ ।


ସ୍ୱର୍ଗ ଦ୍ୱାର ପାଖେ  ବସିଲି  ଆସି

ଆଜିର  ସକାଳ କାଲିକୁ ବାସି

କଳା  ତୁଳସୀ । 


Rate this content
Log in

Similar oriya poem from Abstract