STORYMIRROR

Manjurani Mishra

Abstract Action Classics

3  

Manjurani Mishra

Abstract Action Classics

ଝିଅ

ଝିଅ

1 min
209

ଝିଅ ଘିଅ 

ମାଆ ସାଇତିଥାଏ  ଯତନରେ

ଆକଟ  ଆଶ୍ୱାସନାର  ପରିଧିରେ

ଝିଅ  ଫ୍ରକ ପିନ୍ଧା  ବୟସ 

ଛାଡି ଆସିଲାଣି

କଙ୍କି ପ୍ରଜାପତି ଧରିବାକୁ 

ଲାଜ କଲାଣି ।


ମାଆ ଶିଖାଉଛି  ଘର କରଣା

କିଣୁଛି ସୁନା ଗହଣା

କଂସା ବାସନ ବାକ୍ସରେ

ବନ୍ଦ ହୋଇଯାଉଛି

ପିଲାଦିନର  ଖେଳନା

ଝିଅ ଜନମ  ପର ଘରକୁ

ଵିଧିର ବିଡମ୍ବନା

ମାଆ ଆଖିରେ ଲୁହ

କେତେ ଭାବନା  ପ୍ରବୋଧନା

ଝିଅ ବାହାଘର  ପାଇଁ

କେତେ ମାନସିକ  ପୂଜା ଅରଚନା ।


ତଥାପି

କେଉଁଠି କିଛି ଭୁଲ କିଛି ଶୂନ୍ୟସ୍ଥାନ

ଯୌତୁକର  ତରା଼ଜୁରେ

ମପା ହେଉଛି ସିନ୍ଦୁରିତ ଭବିଷ୍ୟତ

ସ୍ବପ୍ନର ସବୁଜିମା କ୍ଷେତ

ହଁ ନାହିଁର  ଆଲୁଅ ଅନ୍ଧାର

ଆଉ କିଛି  ଅବଶୋଷ ନୀରବ  ହାହାକାର ।


ଝିଅ ଚାଲି ଯାଉଛି ବାପ ଘର 

ଏରୁଣ୍ଡି ବନ୍ଧ ଡେଇଁ

ଆଞ୍ଜୁଳି ଚାଉଳ ଫେରାଇ ଦେଇ

ଅଜଣା କାହା ସାଥୀରେ

ଅଟକି ଯାଉଛି ପାଦ 

ବିସ୍ମୟର  ଚୋରବାଲିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract