STORYMIRROR

Manjurani Mishra

Abstract Classics Others

3  

Manjurani Mishra

Abstract Classics Others

ଜହ୍ନରେ ତୋଳିବା ଘର

ଜହ୍ନରେ ତୋଳିବା ଘର

1 min
211

ମାଆ ଡାକୁଥିଲା  ଜହ୍ନକୁ

ପୁଅ  ସାଥେ  ଖେଳିବାକୁ

ଏଵେ ପୁଅ  କହୁଛି 

ଜହ୍ନରେ  ତୋଳିବା ଘର

ଭଲ  ଲାଗୁନାହିଁ  ପୃଥିବୀର ପାଣି  ପବନ

ନଦୀ  ସମୁଦ୍ର ଗାଁ  ସହର

ପୁଅ ବିଦେଶ ରେ ପାଠ  ପଢୁଛି

ବିକା ହେଉଛି  ପୁରୁଣା  ଘର

ଆମ୍ବ ବଗିଚା  ତଳ  ପୋଖରୀ

ସୁନା ଫସଲ ର  କିଆରୀ

ମାଆ ର ପୁରୁଣା ଘର କରଣା

ବେଳେବେଳେ  ବିକି ଦେଉଛି

ଓଜନିଆ  ସୁନା ଗହଣା

ପୁଣି ଥରେ  ଆଦରି  ନେଉଛି

ସକାଳ ସଞ୍ଜ  ଚଉରା  ପୂଜା ତୁଳସୀ  ମାଳି

ଶାଗ ପଟାଳି

କୂଅ ମୂଳ  ପେନ୍ଥା ପେନ୍ଥା ନଅର କୋଳି

ଗୁହାଳ ର ଗାଇ  ବାଛୁରୀ

ଶୁଆ ଶାରୀ  ପଞ୍ଜୁରୀ

ଛାଇ  ନିଦରେ ମାଆ  ସପନ  ଦେଖୁଛି

ଜହ୍ନ  ରାଇଜର  ଝିଅ  ରୂପା ମୁକୁଟ  ନାଇଛି

ଓଢଣୀ  ଭିତରେ ହସୁଛି

ହୀରା ନୀଳା  ମୋତି ମାଣିକରେ

ଘର  ପୁରିଛି

ଫୁଲ  ମାନଙ୍କ ହସ  ଖୁସି

ପ୍ରଜାପତି  କଳସ  ବସାଉଛି

ବୁଲବୁଲ  ଗାଉଛି  ଗୀତ

ଆକାଶ ରୁ ଖସୁଛି  ମୁଠା  ମୁଠା  ପାରିଜାତ

ମାଆ  ବିଭୋର  ହେଉଛି

ଅଗଣା ରେ ଝୋଟି  ଆଙ୍କୁଛି ଦୀପ ଜାଳୁଛି

ସାହି ଭାଇ  ବନ୍ଧୁ  କୁଣିଆ

ଭୋଜି ଭାର ଆସର

ପୁଅ ପରା  ଜହ୍ନରେ ତୋଳିଛି  ଘର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract