ଝିଅ ବିଦା
ଝିଅ ବିଦା
ଝିଅ ବିଦା ବେଳ ହୋଇଲା
ବୋଲେ ହୁଁ ଟି
ବାପ ଘର ସୁଖ ସରିଲା
ବୋଲେ ହୁଁ ଟି |
କନିଆ କୁ ବେଗେ ଆଣ ଲୋ
ଶଙ୍ଖ ହୁଳହୁଳି ଦିଅ ଲୋ
ଶୁଭ ବେଳ ଯିବ ଗଡିଟି ବୋଲେ ହୁଁ ଟି
ଶାଶୁ ଘର ଯାଏ ଝିଅଟି |
ନଣନ୍ଦ ପୁଟୁଳି ସଜାଅ
ବଡ ଭାଇନା ଙ୍କୁ ଡକାଅ
ତର ତର ହେଲେ ସମୁଦୀ ବୋଲେ ହୁଁ ଟି
ବସିବାକୁ ବେଳ ନାହିଁଟି |
ସଙ୍ଗାତ ମକର ବଉଳ
ସାହି ପଡିଶା ର ଗହଳ
ବିଦାୟ ନେଉଛି ଝିଅଟି ବୋଲେ ହୁଁ ଟି
ବାପ ଘର ସ୍ମୁତି ସାଉଁଟି |
ଛାତିରେ ରଖେ ମାଆ ପଥର
ଝିଅ ବିଦା କେଡେ କଠୋର
କେତେ କଥା ରହେ ଗୋପନ ବୋଲେ ହୁଁ ଟି
ସରି ସରି ଯାଏ ସପନ |
ଝିଅ ତ ଗୋଟିଏ କବିତା
ସାଜଇ ସେ ଲତା ବନିତା
ପର ଘର ହେବ ନିଜର ବୋଲେ ହୁଁ ଟି
ରୂପ ସାଥେ ଗୁଣ ସୁନ୍ଦର |
ଶାଶୁ ଘର ପାଖ ହୋଇଲା
ପୂର୍ଣ୍ଣ କୁମ୍ଭ ଥୁଆ ସରିଲା
ଅହ୍ୟ ସୁଲକ୍ଷଣୀ ଆସନ୍ତି ବୋଲେ ହୁଁ ଟି
ବୋହୂ କୁ ବନ୍ଦାଣ କରନ୍ତି |
ବନ୍ଧୁ କୁଣିଆ ଙ୍କ ଆସର
ଭୋଜି ଭାତ ଭାର ବେଭାର
ଘର ଲାଗୁଥାଏ ମନ୍ଦିର ବୋଲେ ହୁଁ ଟି
ସାକ୍ଷୀ ସିନା କଳା ଠାକୁର |
