STORYMIRROR

Manjurani Mishra

Others

4  

Manjurani Mishra

Others

ଶୀତ ର ଗଜଲ

ଶୀତ ର ଗଜଲ

1 min
265

ଶୀତ

ପର୍ଯ୍ୟାପ୍ତ ସ୍ବପ୍ନ ର ରାଗ ଅନୁରାଗ

ଖୋଲାଖୋଲି  ପରିଚୟ  ପର୍ବ

ପରିଚିତ  ବିଳାସ ପୃଥିବୀ

କିଛି ଅନ୍ତରଙ୍ଗ 

ମୁକ୍ତ ଅନୁଭବ ।


ଶୀତ

ଝରକା  ଫାଙ୍କରେ ଜହ୍ନ ର ଦୀର୍ଘଶ୍ୱାସ

ପ୍ରେମ ପ୍ରଣୟ ର ନିରୋଳା ବିଶ୍ୱାସ

ଏକୁଟିଆ ପକ୍ଷୀ ର କାକଳୀ

ରା଼ତ୍ରୀ ର ବଳକା  ଆୟୂଷ ।


ଶୀତ

ଭୁଲି ପାରୁନଥିବା ସଂଳାପ ର ଗପ

ପରିଚିତ  ପ୍ରଶ୍ନ ମାନଙ୍କ ଆଳାପ

ମଦହୋସ  ସ୍ମୃତି ର ସବୁଜ  କ୍ଷେତ

ପବନ  ର  ନିଃଶବ୍ଦ ପ୍ରଳାପ ।


ଶୀତ

ଖିଆଲି  ମନର  ଶୋଷ

ଅବିଭକ୍ତ ମନର  ଉଆସ

କ୍ଲାନ୍ତି ର ମେଖଳା  ପିନ୍ଧେ

ଶୀତ ର ସୁଦୀର୍ଘ ରା଼ତ୍ରୀ

ବହ୍ନି ର ବଳୟ  ରେ ଫେଣ୍ଟି ହୁଏ

ଆଉ କିଛି  ନିଶ୍ୱାସ ର ତାତି

ଆଦିମ ଫେନିଳ ତୃଷ୍ନା 

ଛନ୍ଦି  ହୁଏ ସୃଷ୍ଟି ର ରହସ୍ୟ  ଜାଲରେ

ଅପୂର୍ଣ୍ଣ ତାପସୀ  ଲତା

ତୃପ୍ତି ର ଫଳକ  ଖୋଜେ

ହଜି  ଯାଇଥିବା  ସୂର୍ଯ୍ୟ ର ପୃଥିବୀ  ଭିତରେ ।


Rate this content
Log in