STORYMIRROR

Manjurani Mishra

Abstract

4  

Manjurani Mishra

Abstract

ମଝି ଦରିଆ

ମଝି ଦରିଆ

1 min
427

  

ମଝି ଦରିଆରେ ଜୀବନ

ଛିଣ୍ଡା ଜାଲରେ

ଛଟପଟ ସପନ


ମଲାଜହ୍ନ ଆଲୁଅରେ

ଦୋହଲୁଛି ନାଆ

ଆସୁଛି ଝଡ ବତାସ

ସବୁ କଥାକୁ ଠାକୁର ସାହା


ଦରିଆ ପାଇଁ

ତେଲ ଲୁଣର ସଂସାର

ଦୂରରୁ ଦିଶୁଛି ବତୀଘର

ମନେ ପଡୁଛି ଜୀବନର

ନିଅଣ୍ଟିଆ ଇସ୍ତାହାର

ଜଟିଳ ସମୀକରଣ

ଘରଣୀର ପାରିଲାପଣ


ମଝି ଦରିଆରୁ ଫେରୁଛି ନାଆ

ନୀଳ ଢେଉ ସାଥୀ ରେ

ଗପ କରୁଛି ଅଦିନିଆ

ଝିପି ଝିପି ବର୍ଷା


ମଙ୍ଗ ସଜାଡୁଛି ମଇତ୍ର

ଘାଟ ଦିଶିଲାଣି

ଝଡ ବତାସ ଆସୁ ଆସୁ

ବାଟ ଭୁଲିଗଲାଣି


କେତେବେଳେ ଲାଗିବ ନାଆ

ଉପାସିଆ ଦେହ ମନରେ  ଭୋକ

ଆଉ କିଛି ଭିଜା ଭିଜା

ସ୍ମୃତିର ମହକ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract