ମାଆ, ସତେ କି ପାଷାଣ ହେଲ
ମାଆ, ସତେ କି ପାଷାଣ ହେଲ
ହେ ମାଆ ତୁମେ, ସତେ କି ପାଷାଣ ହେଲ
ଡାକେ ଡକା ପାରି ତୋହରି ଦୁଆରେ
ପଡେନି କର୍ଣ୍ଣ ରେ ତୋର
ତୁମେ, ସତେ କି ପାଷାଣ ହେଲ ।
ଶୁଣି ଥିଲି ମାଆ ତୁ ମମତାମୟୀ
ସେପାଇଁ ଆସିଲି ଧାଇଁ
ମନେ, ଅସୁମାରୀ ଆଶା ନେଇ
ଦେଖେ, ମୋ ପାଇଁ ତ ଦୟା ନାହିଁ ।
ଜାଣିଥିଲି ମୁଁ ତ ଦୀନ ଦୁଃଖୀ ଟିଏ
ମନରେ ନଥିଲା କ୍ଷୋଭ
ମାଆ ମୋ ଜଗତେଶ୍ୱରୀ
ହେଲେ, ନାହିଁ ମୋର କିଛି ଲାଭ ।
ପାପୀ ଟିଏ ବୋଲି କହ ତୁ ମାଆ ଲୋ
କରିଛୁ କି ମୋତେ ରୋଷ
ଯଦି ହେଲି ପାପୀ ତୁ ପରା ଜନନୀ
କହ, ନାହିଁ କି ତୋହରି ଦୋଷ ।
ତଥାପି ମାଆ ଲୋ ଭଜୁଥିବି ତୋତେ
ନ ପଚାରେ ପଛେ ତୁହି
ଜାଣିଛି ଏତିକି ମୁଁ ତୋର ସନ୍ତାନ
ହତାଦର ହେବି ନାହିଁ । ।
ହେ ମାଆ, ତୁମେ ସତେ କି ପାଷାଣ ହେଲ ।!

