ମାଆ ଓ ଶାଶୁ
ମାଆ ଓ ଶାଶୁ
ମାଆ ଅଟେ ଚିର ସ୍ନେହ ଆନନ୍ଦର
ଆଦର ପୂର୍ଣ୍ଣ ଭଣ୍ତାର
ଯହିଁ ରୁ ଝରଇ ସଦା ମଧୁମୟୀ
ପ୍ରାଣ ପ୍ରାଚୁର୍ଯ୍ଯର ଧାର ।
ସକଳ ପ୍ରକାର ଭାବର ସେ ଚିର
ମଧୁମୟୀ ସ୍ନେହମୟୀ
ସ୍ନେହର ପ୍ଲାବନେ ନିତି ପ୍ରୀତି ବୁଣେ
ସର୍ବଦା ଆଶିଷ ଦାୟୀ ।
ଯା'ର ଶୁଭାଶିଷେ ଜିଣନ୍ତି ଜଗତେ
ଅସାଧ୍ୟ ହୁଏ ସଫଳ
କଲ୍ଯାଣମୟୀ ଯେ ରହି ନାନା କାର୍ଯ୍ଯେ
କରେ ସନ୍ତାନ ମଙ୍ଗଳ ।
ଆଦର ଯତ୍ନର ମାଆ ନିରନ୍ତର
କେତେ ଆବେଗ ତୋଳଇ
ଶ୍ରଦ୍ଧା ସମ୍ଭାବନା ଉତ୍ତମ ପ୍ରେରଣା
ମାଆ ହିଁ ଥାନ୍ତି ସଞ୍ଚାରି ।
ପ୍ରତ୍ଯେକ କଲ୍ଯାଣେ ଆପଣାର ମଣେ
ମମତା ମୟୀ ଯେ ମାଆ
ଗେହ୍ଲ ସରାଗର ମାଧୁର୍ଯ୍ଯ ମୁଖର
ଦିଏ ଉପଦେଶ ସଦା ।
ରାଗ ରୋଷ , ଗାଳି ଦୂରା ଅନ୍ତି ଢାଳି
ଦୋଷ ଆଉ ଦୁର୍ବଳତା
ମଧୁର ଆଳାପେ ଦୋଷ କଲେ ଆପେ
ସୁଧାରି ନିଏ ସହସା ।
ପ୍ରତ୍ଯେକ ଶିଶୁର କେଡେ ମନୋହର
ଉଚ୍ଚାରିତ ଆଦ୍ଯ ସ୍ବର
"ମାଆ " ମାଆ କହି ଦୁଃଖ ଥାଏ ଭୁଲି
ଭୟ ହୋଇ ଯାଏ ଦୂର ।
ଲଭେ ପ୍ରାଣେ ତ୍ରୁପ୍ତି ଆଶ୍ବାସନା ଶାନ୍ତି
ସ୍ନେହ ସରାଗର ଧାର
ଚହଟେ ଅନ୍ତରେ ଯାହାର ପାଖରେ
ଆହା କି ! ପ୍ରେମ ଆଦର ।
ଲଭି ଥାଏ ଶିଶୁ ଦିଏ ଯେ ପିଲାକୁ
ଭୋକେ ଥାଇ ନିଜେ ସୁଦ୍ଧା
କେତେ ପ୍ରେମମୟୀ କେତେ ଶାନ୍ତିଦାୟୀ
ଅଟେ ଯେ ଚିର ବିଶୁଦ୍ଧା ।
ରୋଗ ବାଧକରେ ସେବା ଶୁଶ୍ରୁଶାରେ
ରତ ଯିଏ ନିରନ୍ତରେ
ଛୋଟରୁ କରେ ଯେ ସହି କେତେ ଦୁଃଖେ
ବଡ ଆହା କି ! ଯତ୍ନରେ ।
କିନ୍ତୁ ଶାଶୁ ଅଟେ ରଣଚଣ୍ଡୀ ଯିଏ
କଳି କଜିଆ ଓ ଗୋଳ
ଲଗାଏ ସବୁଠି ଫଟାଏ ଯେ ପିଠି
ପିଟି ପିଟି ନିରନ୍ତର ।
ମିଥ୍ଯା ଓ ଅଯଥା ପୀଡନେ ସର୍ବଥା
ଥାଏ ଯେ ଆନ ଉପର
ଭୋକ ଅସୁବିଧା ଜଣାଇଲେ ବିଧା
ବସାଏ ଥରକୁ ଥର ।
ନିତି ଭୟଙ୍କର ଅତ୍ଯାଚାର ତା'ର
କରେ ଘର ଛାରଖାର
ନିର୍ଦ୍ଦୟ ନିଷ୍ଠୁର ନିର୍ମମ ପ୍ରହାର
ପୀଡୁ ଥାଏ ବହୁ ପର ।
ଯଉତୁକ ଯୁଇ ଥୋଇ ଯେ କରଇ
ଅକାରଣେ ପ୍ରାଣ ହତ
ଯାହା ପାଇଁ ଦୁଃଖେ ଯନ୍ତ୍ରଣା ଓ ଶୋକେ
ହାରନ୍ତି ପ୍ରାଣ ବହୁତ ।
ଅକାରଣେ ଦୋଷ କରେ ଯେ ପ୍ରକାଶ
ଦିଏ ବହୁତ ଯନ୍ତ୍ରଣା
ରୋଗ ବ୍ଯାଧି ଅବା ଦୁର୍ଦ୍ଧିନରେ ସେବା
ନ କରି ଦିଏ ଗଞ୍ଜଣା ।
ସଦା ଭୟ ଭକ୍ତି କରି ଯାହା ପ୍ରତି
ପ୍ରାଣ ହୁଅଇ ଅଥୟ
ନିତି ବହୂ ପରେ ନିର୍ମମ ପ୍ରହାରେ
ସାଜି କ୍ରୂରା ଓ ନିର୍ଦ୍ଧୟ ।
ଅଯଥା ବିଭ୍ରାନ୍ତି ସ୍ରୁଜି ନିତି ନିତି
ହରେ ଗ୍ରୁହ ସୁଖ ଶିରୀ
କେଡେ ନିଦାରୁଣ ତା' ର ପ୍ରାଣ ମନ
ବହୂ ଥାଏ ନିତି ଡରି ।