Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ମାଆ ମାଟିର ସେବାହେଉ ଜୀବନ ବ୍ରତ

ମାଆ ମାଟିର ସେବାହେଉ ଜୀବନ ବ୍ରତ

1 min
347



ମାଆ, ମାଟି ଆଉ ମାତୃଭୂମି ଆମ 

ସବୁଠାରୁଶ୍ରେଷ୍ଠ ଅଟେ,

ତାଙ୍କ ଅବଦାନ ଆମ ଜୀବନରେ

ଭୁଲିକି ପାରିବା ସତେ l

ମାଟି ମାଆ କୋଳେ ଜନମ ହୋଇଛେ

ଖେଳିଛେ ବଢିଛେ ଆମେ,

ତାହାରି ସେବା କୁ ବ୍ରତ କରି ଆସ

ଲାଗିବା ତାହାର କାମେ l

ଲଗାଇବା ଆସ ବୃକ୍ଷ ଜାତି ଜାତି

ସବୁଜିମା କରି ସୃଷ୍ଟି,

 ଫୁଲଓ ଫଳରେ ରେ ହସିବ ଧରଣୀ

ଉଡ଼ିବେ ପରଜାପତି l

ହାତ ସହ ଆମେ ହାତ ମିଳାଇଲେ

କରିହେବ ସବୁ କିଛି,

ଏମାଟିର ଆମେ କୋଟିଏ ସନ୍ତାନ

ଲାଗିବାରେ ମିଳିମିଶି l


କୁତ୍ରିମତା ଛାଡି ପ୍ରାକୃତିକ ଭାବେ 

କୃଷି କରିବାରେ ଚାଲ,

ଅମୃତମୟୀ ହେବ ମାଟି ମାଆ

ଦେଵ କେତେଫୁଲ ଫଳ l

ଜଳକୁ ନକର ନଷ୍ଟ କେବେହେଲେ

ନେଉଥାଅ ତାର ଯତ୍ନ,

ନଦୀ ସଂଯୋଜନା ଯୋଜନାମାଧ୍ୟମେ

ସବୁ ନଦୀ ହେଉ ପୂର୍ଣ୍ଣ l

କୃଷି ମତ୍ସ୍ୟ ଚାଷ ବିଦ୍ୟୁତଯୋଗାଣ

ହୁଅଇ ନଦୀର ପାଇଁ,

ସେସବୁକୁ ଆମେ କର୍ମେ ଲଗାଇଲେ 

ଅଭାବ ରହିବ ନାହିଁ l

ମାଟି ତଳେ ତାର ରଖିଅଛି ପୁଣି

ଖଣିଜ ପଦାର୍ଥ କେତେ,

ସେସବୁ କାମରେ ଲଗାଇଲେ ନିଶ୍ଚ

ଉନ୍ନତି ହେବ ଭାରତେ l


ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ହୋଇବଧରଣୀ ମାଆ,

ମିଳିମିଶି ତାର ସେବା କରୁଥିବା 

ଜଗତେ ବଢ଼ାଇ ନାଆଁ l

ମାତୃଭାଷା ଆମ କରିବା ଉନ୍ନତି

ତାକୁ ଲେଖନୀରେ ଭରି,

ମାତୃଭୂମିର ପ୍ରତି କୋଣେ କୋଣେ 

ପ୍ରଚାର ପ୍ରସାର କରି l

କୃଷକ ଯବାନ, ଯନ୍ତ୍ରୀ ମନ୍ତ୍ରୀ ହୁଅ

ଅବା ହୁଅ ବୈଜ୍ଞାନିକ,

ନିଷ୍ଠାର ସହିତ କର୍ମ କରି ନିଜ 

ଦେଶର ରଖିବ ଟେକ l

ସେଇ ମାଟି କୋଳେ ଜନମ ଆମର

ସେଇଠାରେ ହେବା ଶେଷ,

ପଞ୍ଚଭୁତେ ଗଢ଼ା ଦେହଟି ଆମର

ମାଟିରେ ହେବ ନିଃଶେଷ ll


Rate this content
Log in

Similar oriya poem from Inspirational