STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ରେଳଗାଡ଼ି

ରେଳଗାଡ଼ି

1 min
122


ଜନମ  କାଳରୁ ଗାଆଁରେ ରହିଛ ରେଳଗାଡ଼ି ବସି ନାହିଁ 

ବୃଦ୍ଧ ଏ କାଳରେ ସଂଯୋଗ ହୋଇଲା 

 ବସିଲି ଗାଡ଼ି ରେ ମୁହିଁ !!


ଝିଆରୀର ବିଭାଟି ଭୁବନେଶ୍ଵରେ ଯାଇଥିଲୁ ବାହାଘର

 ବସି ରେଳଗାଡ଼ି ଆମେ ଯାଇ ଥିଲୁ

ସଙ୍ଗରେ ଟି ପରିବାର !!


ଟାଟା ଷ୍ଟେସନରୁ ବସିଲୁ ରେଳରେ ଭୁବନେଶ୍ଵର ପାଇଁ

ରାତ୍ରିର ସମୟ ଆଠଟା ତିରିଶି

ରେଳ ଟି ଆସିଲା ଧାଇଁ 


ବସିଲୁ ଖୁସିରେ ରେଳର ଭିତରେ ସବୁତ ସୁବିଧ ତହିଁ

    ଆଧୁନିକ ସବୁ ସୁବିଧା ଜଡ଼ିତ

 ଅତି ଖୁସି ହେଲି ମୁହିଁ !!


ଖୁସି ଆନନ୍ଦରେ ଯାଉ ଥିଲୁ ଆମେ ଝିଆରୀର ବାହାଘର

ନ ଥିଲା ଟି ଭିଡ଼ ରେଳର ବଗିରେ 

 ଖୁସି ଲାଗିଲା ଅପାର !!


ଚାଲୁଥିଲା ରେଳ ଦେଖୁଥିଲି ଦୃଶ୍ୟ ଝାଲମୁଢ଼ି ର ଚିତ୍କାର

ଚା ନିଅ ଚା ନିଅ ରାବ ଶୁଭୁଥିଲା

ଅପୂର୍ବ ଦୃଶ୍ୟ ସେଠାର !!


ନୂଆ ଅନୁଭଵ ନୂଆ ଅନୁଭୂତି ନେଉ ଥିଲା ମନ ଛୁଇଁ 

କାହିଁକି ନହେବ ରେଳରେ ବସିଛି

ଗାଆଁର ବୃଦ୍ଧ ଟି ଯହିଁ !!


ବୃଦ୍ଧ ଏ କାଳରେ ଦେଖିଲି ରେଳରେ କରୁଛି ଦେଶ ଉନ୍ନତି

ନୂଆ ଏ ଭାରତ ନୂଆ କଳେବର

ଅମୃତ କାଳ ଉତ୍ପତ୍ତି !!


ଅପୂର୍ବ ସୌନ୍ଦର୍ଯ୍ୟ ଦିଶେ ଚତୁର୍ଦ୍ଦିଗ ମନ ହୁଏ ରୋମାଞ୍ଚିତ

 ହୁଏ ବଞ୍ଚିବାକୁ ଇଚ୍ଛା ଟି ଆହୁରି 

ମନ ତହିଁ ପ୍ରଫୁଲ୍ଲିତ !!




Rate this content
Log in

Similar oriya poem from Inspirational