STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଭୋଳା ବାବା

ଭୋଳା ବାବା

1 min
110


ଭାଗେ ଥିଲେ ଯିବୁ ଧନ 

           ବୋଲ ବମ ରେ

ସଂକଳ୍ପ କରି ଯିବୁ

          ଏକ ମନ ହୋଇ ରେ

         


ସବୁ ଚିନ୍ତା ତୋର ହୋଇ ଯିବ ଦୂର

କାନ୍ଧେ ପାଣି ନେବୁ କହି ଭୋଳା ଶଙ୍କର

ଡରି ଯିବୁ ନାହିଁ ଥକି ଯିବୁ ନାହିଁ

ସାଥି ହୋଇ ଯିବୁ କଉଡ଼ି ତୁ ହୋଇ


ଶ୍ରାବଣ ରେ ଯିବୁ 

          ଶିବ ଭକ୍ତ ହୋଇରେ

ଶିବ ହିଁ ଭରସା ବାଟେ 

            ଯିବୁ କହି ରେ


ଅଭାବ ତୋର ଯିବ ସବୁ ଦୁରେଇ

ଶିବ ନାମ ଜପୁଥା ଧ୍ୟାନରେ ତୁ ରହି

ଭୋକ ଶୋଷ ପଥେ ଲାଗିବନି ତତେ

ଶିବ ଭାବେ ଥିବୁ ରହି ତୁ ନିରତେ


ପୁର୍ଣ ହେବ ସବୁ ତୋ

          ମନସ୍କାମନାରେ

କଷ୍ଟକୁ ଯିବୁ ଭୁଲି 

         ରହି ସାଧନାରେ ।




Rate this content
Log in

Similar oriya poem from Inspirational