ଭୋଳା ବାବା
ଭୋଳା ବାବା
ଭାଗେ ଥିଲେ ଯିବୁ ଧନ
ବୋଲ ବମ ରେ
ସଂକଳ୍ପ କରି ଯିବୁ
ଏକ ମନ ହୋଇ ରେ
ସବୁ ଚିନ୍ତା ତୋର ହୋଇ ଯିବ ଦୂର
କାନ୍ଧେ ପାଣି ନେବୁ କହି ଭୋଳା ଶଙ୍କର
ଡରି ଯିବୁ ନାହିଁ ଥକି ଯିବୁ ନାହିଁ
ସାଥି ହୋଇ ଯିବୁ କଉଡ଼ି ତୁ ହୋଇ
ଶ୍ରାବଣ ରେ ଯିବୁ
ଶିବ ଭକ୍ତ ହୋଇରେ
ଶିବ ହିଁ ଭରସା ବାଟେ
ଯିବୁ କହି ରେ
ଅଭାବ ତୋର ଯିବ ସବୁ ଦୁରେଇ
ଶିବ ନାମ ଜପୁଥା ଧ୍ୟାନରେ ତୁ ରହି
ଭୋକ ଶୋଷ ପଥେ ଲାଗିବନି ତତେ
ଶିବ ଭାବେ ଥିବୁ ରହି ତୁ ନିରତେ
ପୁର୍ଣ ହେବ ସବୁ ତୋ
ମନସ୍କାମନାରେ
କଷ୍ଟକୁ ଯିବୁ ଭୁଲି
ରହି ସାଧନାରେ ।