STORYMIRROR

Udayanath Swain

Inspirational

3  

Udayanath Swain

Inspirational

କାଉଡି ବାଲା

କାଉଡି ବାଲା

1 min
122


ରଁ ରଁ ଟ୍ରେନ୍ ଗଡିଲା

ଆସିଲେ କାଉଡି ବାଲା,

ଭୋଲା ବାବାଙ୍କ ପ୍ରିୟ ଚେଲା 

ଗାଁ ଠୁ ସହର ରଚିଲେ ଲୀଳା ,

ଭକ୍ତି ଭାବରେ ଠେଲା ପେଲା 

ପ୍ରସାଦ ଷ୍ଟଲ୍ ହେଲା ଖୋଲା ,

ଜଟାଧାରୀ , ପାର୍ବତୀପତି

ଜୟ-ଜୟକାର ଗୁଂଜରିଲା,

କୈଳାସନିବାସୀ, ଶ୍ମସାନବାସୀ

ଶିବ ପ୍ରାର୍ଥନା ବେଶ୍ ଜମିଲା , 

ଭ୍ରମଣ ଅବସର ଆସିଲା

କାଉଡିଆ ଘୁରି ବୁଲିଲା l 01


କାଉଡି ବାଲା କରନ୍ତି କଣ ?

ଶୁଣ ମନ ଦେଇ ସୂଧିଜନ,

କାଉଡିଆଙ୍କ ସୁ-ଗୁଣ ମାନ

କରିବି ଆଜି ମୁଁ ବର୍ଣନ ,


ପ୍ରଭୁପାଦେ କିଛି ସୁଜନ

କରନ୍ତି ଆତ୍ମ ସମର୍ପଣ,

ଅନେକଛନ୍ତି ଶଠଜନ

କମ୍ ଭକ୍ତି, ବେଶି ପ୍ରଦର୍ଶନ,

କରନ୍ତି ଗଂଜେଇ ସେବନ

ମଜା ନିଅନ୍ତି ସୁରାପାନ , l 02


ଆମ ରାଜ୍ୟ ଏକ କୃଷି ଅର୍ଥନୀତି

କର୍ମଭୀରୁ ହେଲେ ହେବ ଅବନତି

ସପ୍ତାହକ ଥରେ ତିନି ଦିନ ଛୁଟି

କାମ ନକରି ମଜୁରୀ ଯାଏ କଟି 

କଭି ଖୁସି କଭି ଗମ୍...ବୋଲ୍ ବମ୍

କାମ୍ କରୋ କମ୍ କମ୍ ... ବୋଲ୍ ବମ୍

କ୍ୟା ଆଇଟମ୍ ହୈ.ଆଇଟମ୍...ବୋଲ୍ ବମ୍

ପିଓ ମିଲିଟାରୀ ରମ୍ ....ବୋଲ୍ ବମ୍

ଦମ୍ ମାରୋ ଦମ୍ ...ବୋଲ୍ ବମ୍ |

    

 


Rate this content
Log in

Similar oriya poem from Inspirational