Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Inspirational

3  

Chaturbhuja Sahoo

Inspirational

ଡରିବୁନି ଝିଅ

ଡରିବୁନି ଝିଅ

1 min
134


ଡରିବୁନି ଝିଅ     ଡରିବୁନି ଜମା

    ଏଇ ଘର ଆମ ସ୍ବର୍ଗ,

ଏଇ ଘରେ ପରା  ଛନ୍ତି ଅଜା ଆଈ

    ସ୍ନେହ ତାଙ୍କ ମହରଗ।


ପ୍ରତି ମୁହୂର୍ତ୍ତରେ   ତୋର କଥା ଭାବି

    ଆଖିକୁ ନ ଲାଗେ ନିଦ,

ଗେଲୁ ମାମା ପରା ଅଛି ତୋ'ସାଥିରେ

     ଆଉ ଲୋଡା କହ କିସ ।


ବିଜୁଳି କଟିଲେ  ଅନ୍ଧାର ଘୋଟିଲେ

     ଡରିବୁନି ମୋର ଝିଅ,

ସୁନା ଝିଅ ସେଇ ରଖେ ଯେ ସାହାସ

     ମନରେ ନ ଭାବି ଭୟ ।


ସ୍ବୟଂ ସେ ଠାକୁର  ଭଇରବ ବାବା

    ଅତି ଆପଣାର ହୋଇ,

ଆଶୀର୍ବାଦ ତୋତେ କରିବେ ନିଶ୍ଚୟ

    ମନରୁ ଭୁଲିବ ନାହିଁ ।


କଲ୍ୟାଣମୟୀ      ଆନନ୍ଦମୟୀ

    ମହନୀୟ ଦେବୀ ଶ୍ରୀମା,

ତାଙ୍କରି କରୁଣା    ଆଶିଷ ବଳରେ

     ସୃଜିଛନ୍ତି ପ୍ରଭୁ ବ୍ରହ୍ମା । 


ଅପାଲା ନାମରେ   ନଥାଇ ତ ଭୟ

     ସେତ ଯାଦୁକର ଶକ୍ତି,

ରୋଗ ବ୍ୟାଧି ସବୁ  ଦୂର ହୋଇଥାଏ

     ମିଳଇ ଐଶ୍ୱର୍ଯ୍ୟ ସିଦ୍ଧି ।


ତୁନି ହୋଇଯାଅ   ସୁନା ଧନ ମୋର

     ବହୁଦୂରେ ହତାଶା ରେ,

ପିତୃତ୍ବ ଶକତି    ଢାଳେ ଶୁଭାଶିଷ 

    ଡରିବୁନି କେବେ କା'ରେ।


ଅଦୃଶ୍ୟ ଶକତି    ଜଗତ ନାଥଙ୍କ

    ଝରିପଡୁ ତୋ'ମଥାରେ,

ବିଦ୍ୟା ବୁଦ୍ଧି ଜ୍ଞାନ   ବିଜ୍ଞାନ ପ୍ରଜ୍ଞାନ 

    ଅସୀମ ରହୁ ତୋ'ଠାରେ ।


ଏ ବରଷା ରାତି ମନେ ଆଣେ ଭୀତି

    ଦୂରେ ଥାଇ ଦେଖିଦିଏ,

ହେଲେ ମନ ମୋର-ମାନେନାହିଁ ଜମା

    ଆପଣା ସନ୍ତୋଷ ପାଏ ।


କକବାୟା ଡାକ   ରଡିଛାଡେ ଭେକ

    ଗିଁ ଗିଁ ଅନ୍ଧାର ରାତି,

ମାଆ ପରା ତୋର  ଅଛି ଉଜାଗର 

    କିମ୍ପାଇଁ ମନରେ ଭୀତି।


ଶ୍ରୀ ରାଧାମାଧବ   ଇଷ୍ଟ ପ୍ରାଣ ତବ 

     ଦେଖୁଛନ୍ତି ପ୍ରତିକ୍ଷଣ,

ତାଙ୍କର ନାମକୁ    ସୁମରି ମୋ'ଧନ

     ନିତି କରିବୁ ଭଜନ ।


ସୁଖ ନିଦ୍ରା ଯିବ  ଖୁସିରେ ମୋ' ରିଦ୍ଧି

    ଏତିକି ପ୍ରାର୍ଥନା କରେ,

ପରମମୟ ସେ   ପରମେଶ୍ବର ଯେ

   ସଦା ଛନ୍ତି ତୋ ' ସାଥିରେ।



Rate this content
Log in