STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ମାଆ କୋଳ

ମାଆ କୋଳ

2 mins
248

            


ସବୁଠାରୁ ସୁନ୍ଦର ଯେ ମାଆ କୋଳ 

ତାଠାରୁ କଣ ଅଛି ନିରାପଦ ସ୍ଥଳ

ମାଆ ଠାରୁ ମିଳିଥାଏ କେତେ ଯେ ଶ୍ରଦ୍ଧା ସମ୍ମାନ 

ତାଠାରୁ କଣ ଅଛି ସ୍ଥାନ ଭଲ ! 


ମାଆ ପରି ହେବ କିଏ

ବିପଦକୁ ଘୋଡାଇ ଦିଏ

ସନ୍ତାନକୁ ଆସିଲେ କଷ୍ଟ 

ସେ ହୋଇଥାଏ ଅସ୍ତବ୍ୟସ୍ତ ।


ମାଆ କୋଳ

ସେ ଯେ ଅମୂଲ୍ୟ ସ୍ଥଳ

ମାଆ ପରି ହେବ କିଏ 

ସେ ରକ୍ଷାକାରୀ, ରଖିଥାଏ ସନ୍ତାନକୁ କରି ଫୁଲଟିଏ ।


ମାଆ କୋଳ 

ପିଲାର ଜନ୍ମସ୍ଥଳ

ଦଶ ମାସ ଦଶ ଦିନ ସହି ବହୁ ଯନ୍ତ୍ରଣା କଷ୍ଟ

ମାଆ ଗର୍ଭରେ ଧରି ରଖିଥାଏ କରି ତାକୁ ନିରାପଦ

ସେ ଶିଶୁଟିକୁ ଆଣି ଦେଇଥାଏ ପ୍ରଥମ ସ୍ପର୍ଶ

ମାଆ ପରି ହେବ କିଏ 

ସନ୍ତାନ ତା ପାଇଁ ଜହ୍ନଟିଏ।


ମାଆ କୋଳ

ସନ୍ତାନର ଅମୃତ ସ୍ଥଳ

ମାଆଠାରୁ ସ୍ତନ୍ୟପାନ କରି ପାଇ ଥାଏ ସେ ଜୀବନର ପ୍ରଥମ ଅମୃତ

ମାଆ ତାକୁ ଦେଇଥାଏ ପ୍ରଥମ ପରିଚୟ

ମାଆ ନିଜେ ନ ଖାଇ ଆଗ ପୁରାଇ ଥାଏ ତା ସନ୍ତାନର ପେଟ।


ମାଆ କୋଳ

ତା ଠାରୁ ନାହିଁ ବଡ଼ କୌଣସି ସ୍ଥଳ

ଯେତେ ବଡ଼ ବିପଦ ଦୁଃଖ 

ଆସିଲେ ବି ଜାଗା ମିଳି ଥାଏ ମାଆ କୋଳରେ 

ଯେତେ ଭୂଲ କରିଥିଲେ ବି ଅପଣାଇ ନେଇଥାଏ ମାଆ ଯେ।


ମାଆ କୋଳ

ନ ଥାଏ କିଛି ଭେଦ ଭାବ

ତା ପାଇଁ ସବୁ ସନ୍ତାନ ସମାନ

ସନ୍ତାନକୁ ଦୁଃଖ ବିପଦରେ ଦେଖି 

ମାଆ ଆଖିରୁ ଲୁହ ବହି ଯାଇଥାଏ ଝର ଝର ହୋଇ 

ରକ୍ଷା କରି ଥାଏ ମାଆ ତାକୁ ଦୃଢ଼ ହୋଇ 

ଆବଶ୍ୟକ ସ୍ଥଳେ ଚଣ୍ଡି ରୂପ ଧରି। 

 

ମା କୋଳ

ସନ୍ତାନ ପାଇଁ ସ୍ୱର୍ଗ ତୁଲ୍ୟ 

ସନ୍ତାନ ହୋଇଥିଲେ ଖରାପ

ମାଆ ଚେଷ୍ଟା କରି ଥାଏ ସୁଧାରିବାକୁ କରି ନାନା ଉପାୟ। 


ମାଆ କୋଳ ଠାରୁ ନାହିଁ ଶ୍ରେଷ୍ଠ ସ୍ଥଳ

ଯେଉଁଠାରେ ସନ୍ତାନ ମନ ଖୋଲି କହି ପାରିବ 

ମାଆ ପୋଛି ନିଏ ସନ୍ତାନର ସବୁ ଦଃଖ

ମାଆ ଯେ କେବଳ ସୁଖରେ ଯେ ହୋଇ ଥାଏ ସାଥୀ ତାହା ନୁହଁ ସତ,

ଯେତେବେଳେ ସମଗ୍ର ଛାଡି ଦେଲେ ଗନ୍ଥି ଜୀବନ

ହୋଇ ଗଲେ ଏକା, 

ସାଙ୍ଗ ଦେଇ ଥାଏ ପରା ସେଇ ମାଆ। 


ମାଆ ପୃଥିବୀରେ ଭଗବାନଙ୍କ ସ୍ୱରୂପ 

ଆମେ ସନ୍ତାନଗଣ

ଆଜି ହୋଇ ଆଧୁନିକତାର ବଶୀଭୂତ 

ଭୂଲି ଯାଇଛୁ ମାଆ କୋଳ

କିନ୍ତୁ ଯେତେବେଳେ ପଡିଥାଏ ବିପଦ 

ମନେ ପଡ଼େ ସେତେବେଳେ ମାଆର ସେଇ ପଣତ

ସେତେବେଳେ ଇଚ୍ଛା ହୁଏ ଫେରି ଯିବାକୁ ସେଇ ମାଆ କୋଳକୁ

କିନ୍ତୁ ନିଜର ସ୍ୱାର୍ଥରେ ଆମେ ଏମିତି ନିପୁଣ ଥାଉ

ଯେ ରଖି ନ ଥାଉ ଫେରି ଯିବାକୁ ସେ ବାଟ।


ମାଆ କୋଳ

ସେଥିପାଇଁ ସବୁ ସନ୍ତାନଗଣ

କେବେ କର ନାହିଁ ଅବହେଳା ମାଆର

କର ନାହିଁ ତାର ହେୟଜ୍ଞାନ 

ଦିଅ ତାକୁ ସ୍ନେହ, ଶ୍ରଦ୍ଧା, ପ୍ରେମ ଏବଂ ସମ୍ମାନ 

ହୋଇ ରୁହ ତାର ସନ୍ତାନ

କଣ କେବେ ସୁଝି ପାରିବ ମାଆର ଋଣ!!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract