ମାଆ ବରୁଣେଇ ଡାକେ ପୁକାରେ
ମାଆ ବରୁଣେଇ ଡାକେ ପୁକାରେ
ବରୁଣେଇ ମାଆ ଡାକୁଚି ଆ
କରୁଣେଇ ମାଆ ଡାକୁଚି ଆ
ଓଡ଼ିଶା ମାଟିର ବୀର ପାଇକ ମୋ
ଶୀଥିଳ କାହିଁକି ରକତ ନିଆଁ ?
ଦୁଇଶ ବରଷ ଯାଇଚି ପୁରି,
ବକ୍ସି ଜଗବନ୍ଧୁ ଭ୍ରମର ମାଧବ
ଗଲେଣି କି ତୋର ମନରୁ ଭୁଲି,
ବାଘ ତୋଟା କୂଳେ ବରଗଛ ଡାଳେ
ଶୁଭୁନି କି ଜୟୀ ପୁଅ କାନ୍ଦଣା ?
ବରୁଣେଇ ମାଆ ଡାକୁଚି ଆ----
ପ୍ରବଳ ପ୍ରତାପୀ ଇଂରେଜ ଜାତି,
ଯାଇଥିଲା ଥରି ଯାଆ ରଣ ହୁଙ୍କାରେ
ପାଇକ ପୁଏ ମୋ ଭୟ କାହିଁକି ?
ତୋ ଜନମମାଟି ପୁଣ୍ୟ ଦେବାଳୟ
ସୁରକ୍ଷା ପାଇଁ ତୁ ଆଗେଇ ଆ ।
ବରୁଣେଇ ମାଆ ଡାକୁଚି ଆ----
ଜଳେ ମୋ ପାହାଡ଼ ବକ୍ଷେ ଅନଳ,
ହୃତ ମୋ ଗୈାରବ ଅତୀତର ଶିରୀ
ଗତି ଜୀବନର ପ୍ରତିକୂଳ,
ଉତ୍କର୍ଷତା ଶୀର୍ଷ ଦୂର ଅପହଞ୍ଚ
ନିସ୍ପନ୍ଦ କୈ।ଶଳ କଳା ସୁଷମା ।
ବରୁଣେଇ ମାଆ ଡାକୁଚି ଆ----
ସଜଗୁ ମୋ ପୁଅ ଖୋରଧା ଗଡ଼େ,
ଜାଗୁ ମହାବଳ ପୁରପଲ୍ଲୀରେ
ସୁସ୍ମରୁ ସ୍ୱଭାବ ବିଜୟର ଗାଥା
ମାଆ ବରୁଣେଇ ଡାକେ ପୁକାରେ
ଜାତି ସ୍ୱ।ଭିମାନ ସ୍ୱ।ଧିନତା ରକ୍ଷା
କରମ ମହାନେ ହୁଅ ଆଗୁଆ ।
ମାଆ ବରୁଣେଇ ଡାକୁଚି ଆ---
