Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Romance Inspirational

3  

LALIT MOHAN DASH

Romance Inspirational

ମା'ମଙ୍ଗଳା ଦର୍ଶନ

ମା'ମଙ୍ଗଳା ଦର୍ଶନ

1 min
196



ନଥିଲା ଯୋଜନା ତୋ' ଦର୍ଶନ ପାଇଁ

ଲଗେଇଲୁ ମାଆ ଡୋରି 

କାକଟପୁରକୁ ଡାକି ନେଲୁ ମାଆ

ଖୁସିରେ ଭରିଲୁ ଝୁଲି ।


କି ଆନନ୍ଦମୟ କି ସୁନ୍ଦର ଆହା

ତୋ' ମୁଖ ମଣ୍ଡଳ ଆଭା 

ମାଟିର ମହିମା ହୁଏ ଦ୍ୱିଗୁଣିତ 

ଯେଣୁ ତୁ ହେଇଛୁ ଉଭା ।


ମାଆଲୋ ମଙ୍ଗଳା ମଙ୍ଗଳକାରିଣୀ

ମନାସୁ ଭକ୍ତଙ୍କ ସୁଖ 

ତୋ' ଆଶୀଷ ମାଆ ଟିକିଏ ଝରିଲେ 

ପରାସ୍ତ ଜୀବନ ଦୁଃଖ ।


ତୁ ମା' ଶକ୍ତିମୟୀ ଶାନ୍ତି ପ୍ରଦାୟିନୀ

ନମଇ ଚରଣେ ତୋର 

ତୋ' ପଣତ କାନି ଘୋଡେଇ ରଖିଥା

ଏ ବିଶ୍ୱ ସଂସାରେ ମୋର ।



Rate this content
Log in

Similar oriya poem from Romance