"ମ" ତ୍ବ ତମ"ତ୍ବ"
"ମ" ତ୍ବ ତମ"ତ୍ବ"
କୁସୁମ ପରଶେ କ୍ଷତ ମୋ ପୟର,
ରୁଧିରେ ଜର୍ଜରିତ।
ପ୍ରସ୍ତର ଆଘାତେ ସ୍ଥାଣୁ ମୋ ଶିର,
ଅକ୍ଷତ ଅବିଚଳିତ।
ବନ୍ଧୁର ବାଟରେ ପାଦ ମୋର ସ୍ଥିର,
ଆଗକୁ ଆଗକୁ ଯାଏ ବଢି
ମସୃଣ ରାସ୍ତା ରେ ପାଦ ମୋ ଅସ୍ଥିର,
ଡର ଲାଗେ କାଳେ ଯିବି ପଡ଼ି।
ସୁଶୀତଳ ଜଳ କଣ୍ଠ ମୋ ଛୁଇଁ ଲେ,
ତଥାପି ତୃଷ୍ଣାରେ ତୃଷିତ ।
ପିଆଲାରୁ ମଦିରା କଣ୍ଠାଗ୍ରସ୍ତ ହେଲେ
ବିଭ୍ରମୀ ବିଭୋଗ ପାଇଁ ବିଲୋଳିତ।
ବିବର୍ଣ୍ଣ ସଂପର୍କ କାଚମହଲେ ବନ୍ଦୀ ମୁଁ,
ସତେକି ମଧୁ ମତ୍ତ ମଗ୍ନ ମୋହଗ୍ରସ୍ତ।
ନଗ୍ନ ଶତୃର ସମ୍ମୁଖ ଆହ୍ବାନେ ଲୁବ୍ଧ ମୁଁ,
ପ୍ରସ୍ତର ପ୍ରାଚୀରେ ମଦ ମତ୍ତ।
ଉଷ୍ମ ରକ୍ତର ଶୀତଳତା ପାଇଁ ଫୁଟାଇ ମାଂସ ଫୁଲ।
ପ୍ରହେଳିକା ମୟ ସଂସାରେ ହନ୍ତସନ୍ତ।
ମଧୁ ଶାଳାର ମନ୍ମଥପ୍ରିୟା ମଦାଳସା ପାଶେ
ମଧୁ ଲୁବ୍ଧ ମନ୍ମଥ ସାଜି ମୁଁ ଉନ୍ମୁକ୍ତ।
ଜବା କୁସୁମ ପ୍ରାପ୍ତି ପ୍ରତ୍ଯାଶେ ଅକ୍ଷମ ମୁଁ,
ପ୍ରତ୍ଯାଖ୍ଯାନରେ ଯାହା ଅପଦସ୍ତ।
ସୁନ୍ଦର ସଂସାର ନିର୍ମାଣେ ରତ ଶିଳ୍ପୀ ମୁଁ,
ପରାହତ ସ୍ବପ୍ନ ସବୁ ମରଭୂମି ବାଲି ସ୍ତୁପ।
ପିଣ୍ଡବ୍ରହ୍ମାଣ୍ଡ ତୃପ୍ତିର ମଗ୍ନ ପ୍ରାଣ ମୋ,
ସ୍ବେଦ ଯୁକ୍ତ କାୟା ମୋ ମୋହଗ୍ରସ୍ତ।
ଧାବମାନ ଜୀବନଟା ସାରା ବିବ୍ରତ ଅସ୍ଥିର
ଏବେ ଆଶ୍ରୟ ଲୋଡେ ମୁଁ କାଳାତୀତ।
କୁଆଁ କୁଆଁ ରାବ ଶବଦେ ମ୍ରିୟମାଣ ମୁଁ
ଅନିଶ୍ଚିତ ଆଗତେ ଚିନ୍ତା ଯୁକ୍ତ।
"ହରିନାମ ସତ୍ଯ" ଶବଦେ ଶାନ୍ତ ମୁଁ,
ଯନ୍ତ୍ରଣା ମୁକ୍ତିରେ ଚିନ୍ତାମୁକ୍ତ।