Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଲୁହର ଘର

ଲୁହର ଘର

1 min
243



କାହିଁକି କେଜାଣି ଝରୁଥିଲା ଲୁହ

ଆଖିର ପାଚେରି ଡେଇଁ

ଅନୁଭବ ସିନା କରୁଥିଲି କିଛି

ପାରୁ ନଥିଲି ମୁଁ କହି I


ପଚାରି ଦେଲି ମୁଁ ଲୁହକୁ ଭରଷି

ଠିକଣା ଟି ତୋର କହ

କେଉଁଠି ରହୁଛୁ କେଉଁଠୁ ଆସୁଛୁ

ଝରିଯାଉ ହୋଇ ଲୁହ I


ଅତି ସରାଗରେ ଲୁହ ବିନ୍ଦୁ ଟିଏ

କହିଲା କାନରେ ମୋର

ତୋ ଭିତରେ ଯେଉଁ ହୃଦୟଟି ଅଛି

ସେଇଠାରେ ମୋର ଘର I


ହୃଦୟଟି ତୋର ଆଘାତ ପାଇଲେ

ରହି ପାରେନି ମୁଁ ସ୍ଥିର

ଆଖି ବାଟଦେଇ ଚାଲି ମୁଁ ଆସଇ

ବହିଯାଏ ଝର ଝର I


ତୋ ଆଖି ଲୁହରେ ଶରଧା ଯାହାର

ସେ ନିତି ଆଘାତ ଦିଏ

ହୃଦୟର ବ୍ୟଥା ଲୁହ ହୋଇ ତୋର

ଆଖି ବାଟେ ବୋହିଯାଏ I

         


Rate this content
Log in

Similar oriya poem from Abstract