STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଲୁହ

ଲୁହ

1 min
262

ମା' ଆଖି ବୁଜି ଦେଖ ଥରେ 

ଜଳଜଳ ମୋର ମୁହଁ ଦିଶୁଥିବ 

ଛଳଛଳ ତୋ ଲୁହରେ...।

ମା' ଆଖି ବୁଜି ଦେଖ ଥରେ...

 

କିଏ ପୋଛିଦେବ ତୋ ଆଖିର ଲୁହ

କେ କରିବ ଶାନ୍ତ ତୋ ହୃଦୟ କୋହ ।

ଏ ପାପୀ ଜଗତେ... କିଏ ଦେବ ନ୍ୟାୟ

ବୁଲୁ ଦୁଆରେ ଦୁଆରେ..।

ମା' ଆଖି ବୁଜି ଦେଖ ଥରେ...


ଶତ ସହସ୍ର ମା' ଏ ରାଇଜେ ପରା

ସନ୍ତାନ ବିରହେ ଲୋଟୁଛନ୍ତି ଧରା

ଛାତିପିଟି ମୁଣ୍ଡ...କୋଡି କାନ୍ଦୁଛନ୍ତି

ନିରତେ ରାତି ଦିନରେ..।

ମା' ଆଖି ବୁଜି ଦେଖ ଥରେ...


ମଣିଷ ହୃଦୟେ ନାହିଁ ଦୟା ଧର୍ମ 

ନାରୀନିର୍ଯ୍ୟାତନା ଦୁର୍ନୀତି ଦୁଷ୍କର୍ମ

ଶିଶୁହତ୍ୟା ପିତା...ମାତା ପ୍ରତାଡନ

ବେଳୁ ବେଳ ବଢ଼ିଚାଲେ...।

ମା' ଆଖି ବୁଜି ଦେଖ ଥରେ 


ଘୋର କଳିକାଳ ହେଲାଣି ପ୍ରବଳ

ରକ୍ଷକ ଭକ୍ଷକ ହେଲେଣି ସକଳ

ନିଜ ସ୍ବାର୍ଥଲାଗି... ସଭିଏଁ ବିକଳ

କିଏ ଦୁଃଖୀ ତୋ' ଲୁହରେ...!!

ମା' ଆଖି ବୁଜି ଦେଖ ଥରେ...

 


Rate this content
Log in

Similar oriya poem from Abstract