STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମୋ କାଗଜ ଡଙ୍ଗା

ମୋ କାଗଜ ଡଙ୍ଗା

1 min
259

କାଗଜ ଡଙ୍ଗାଟେ ପରି ଜୀବନ ଚହଲେ

ସମୟ ବହିଯାଏ ନଦୀର ଧାରେ ଧାରେ

ନିୟତିର ଅନୁକୂଳ ସମୀର ଯେବେ ଛୁଏଁ

କାଗଜ ଡଙ୍ଗା ମୋ ଭାସେ ଆନନ୍ଦେ ଧୀରେ ଧୀରେ।


ଭଙ୍ଗିଳ ତରଙ୍ଗ ପୃଷ୍ଠେ ଉତ୍ଥାନେ ପତନେ

ଭାସିଚାଲେ ଡଙ୍ଗାଟି ତା ସ୍ୱଭାବେ ଢଳି ଢଳି

କେବେ ସ୍ଥିର କେବେ ପଡ଼େ ଭଉଁରୀ ମଝିରେ

କେବେ ଭିଜେ ପୁଣି କେବେ ମଧ୍ୟାହ୍ନେ ଯାଏ ଜଳି।


ଯାତ୍ରା ପଥେ ହୁଏ ସାକ୍ଷୀ ବହୁ ଘଟଣାର

ନିଜେ ସାଜେ ଅଭିନେତା ବହୁ ନାଟକର

କେବେ ହାରେ କେବେ ଜିତେ କାଳ ପ୍ରବାହରେ

ତଥାପି ସରେନା ଗାଥା ଜୀବନ ଯାତ୍ରାର।


ଭେଟ ହୁଏ କେତେ ଡଙ୍ଗା ଜଳେ ଭାସୁ ଭାସୁ

ଗଢ଼ି ଉଠେ ସମ୍ପର୍କର ଅଭୁଲା କୋଣାର୍କ

କିଛି ବୁଡ଼େ କିଛି ଭାସେ ସମୟ ସ୍ରୋତରେ

କିଛି ରହେ କିଛି ହଜେ କର୍ମ କୀର୍ତ୍ତି ଅର୍କ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract