STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅଥଳ ଜଳର ଜୀବନ ନାଆ

ଅଥଳ ଜଳର ଜୀବନ ନାଆ

1 min
160

ବହିଲାଣି ଦେଖ ଉତ୍ତରା ବାଆ

ଅଥଳ ଜଳରେ ଜୀଵନ ନାଆ ।।


ଜଳଧି ଥରୁଛି ଗୁରୁ ଗମ୍ଭୀରେ

ଭୟେ ଚିତ୍ତ ଥରେ ମଝି ନଦୀରେ ।।


ନାଆ ଟଳମଳ ମନେ ଛନକା

ସଂସାର ନଦୀରେ ଭାସୁଛି ଏକା।।


କେତେ ଦୂର ଅଛି କୁଳ ନଦୀର

ଆଖି ପାଏ ନାହିଁ ଦିଶେ ଅନ୍ଧାର ।।


ମେଘ ଘୋଟିଅଛି କଳାହାଣ୍ଡିଆ

ଘୋର ଘଡଘଡି କରେ ଛାନିଆ ।।


ସୂରୁଜ କିରଣ ଥିଲାଟି ଯେବେ

କେଡେ ଦମ୍ଭେ ସତେ ଥିଲି ମୁଁ ତେବେ ।।


ଲିଭିଯାଏ ମନୁ ସେ ଅହଂ ଭାବ

ବନ୍ଧୁ ପରିଜନ ପାଏନା ଠାବ ।।


ଏକା ଏକା କଳା ଆକାଶ ତଳେ

ଜଗତ କରତା ଈଶ୍ୱରେ ଭାଳେ ।।


ଜଗତର ନାଥ ହେ ଜଗନ୍ନାଥ

ନାଉରି ହୋଇଣ ଧର ହେ କାତ ।।


ନୋହିଲେ ବୁଡିବି ଅକାତ ଜଳେ

ଶରଣ ପଶୁଛି ବିପଦ କାଳେ ।।


ଘୋର ସ୍ୱାର୍ଥପର ମୁଁ ମୁଢ ହେଳେ

ସମ୍ପଦେ ଭୁଲିଲି ବିପଦେ ଭାଳେ ।।


ଅଧମ ସନ୍ତାନେ ପିତା ଯେ କରେ

ଅଧିକ ଆଦର ନେଇ ତା କୋଳେ ।।


ନାଉରି ହୋଇଣ ଅଧମ ଜନେ

ଉଦ୍ଧାର କର ହେ ଏହି ଜୀବନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract