STORYMIRROR

Sabita Sukla

Abstract

3  

Sabita Sukla

Abstract

ପାଦ

ପାଦ

1 min
186



ବିଭୁ ପାଦ ପଦ୍ମେ ଶରଣ ପଶୁଛି 

କୃପାସିନ୍ଧୁ କୃପା କର,

ମହତ ଭାବନା ଦିଅ ହୃଦୟରେ 

ଭଜୁଥିବି ନିରନ୍ତର।1।


ତୁମ କୃପାଦାନ ଏ ଦିବ୍ୟ ଶରୀର 

ଭାବୁଛି ମୁଁ ଉପହାର,

ଶ୍ରଦ୍ଧାର ଜୀବନ ଉତ୍ତମ କରମ 

କରୁଥାଉ ବାରବାର।2।


କେତେ ଦାନ ଦେଲ କଳି ପାରିବିନି

 ୠଣୀ ରହିଥିବି ଚିର,

କାମ,କ୍ରୋଧ,ହିଂସା, ଲୋଭ ଆଦି 

ସବୁ ମନୁ କରିଦିଅ ଦୂର।3।


ମୋର ଭାବ ଜାଣି ନାବକୁ ସଳଖି 

ଦେବ ହେ ଅନ୍ତରଯ୍ୟାମୀ,

ନମ୍ର,ବିନମ୍ର, କ୍ଷମା ହୃଦେ ଦିଅ ବିଭୁ

 ପଦରେ ନମାମି।4।




Rate this content
Log in

Similar oriya poem from Abstract