STORYMIRROR

Prasanna Kumar Das

Abstract

3  

Prasanna Kumar Das

Abstract

ଯୋଡ଼ାଏ ଆଖି

ଯୋଡ଼ାଏ ଆଖି

1 min
235

ହାତ ନ ଥାଇ ସେ ଦୁନିଆକୁ ଦିଏ,

ସଂସାର ବାସୀର ଲୋଡା ଦରବ।

ଗୋଡ଼ ନାହିଁ ତାର ଭ୍ରମେ ତିନି ପୁର,

ପ୍ରେମରେ ଡାକିଲେ ଧାଇଁ ଆସିବ।୧।


କାନ ନଥାଇ ସେ ଭକ୍ତର ମିନତି,

ହୃଦୟ ଆରତ ଶୁଣି ପାରଇ।

'ଯୋଡାଏ ଆଖି'ରେ ଚଉଦ ଭୂବନେ,

ଜଳଜଳ କରି ସବୁ ଦେଖଇ।୨।


ପ୍ରାଣୀ କର୍ମସାକ୍ଷୀ ରହେ ସେହି ଆକ୍ଷି,

ପାପ ପୁନିଅର ହିସାବ ରଖେ।

ପଡେ ନାହିଁ ତାର ଆକ୍ଷିର ପଲକ,

ଦେଖା ଯୋଖା ଭାବ କପାଳ ଲେଖେ।୩।


ବଡ଼ ଦେଉଳର ଗମ୍ଭିରା ଅନ୍ଧାରେ,

ଯୋଡାଏ ଆକ୍ଷି ତା ସଦା ଝଲସେ।

ସେ ଚକାବଦନ ଚକା ନୟନକୁ

ମୋ ମନନୟନ ଦେଖେ ଉଲ୍ଲାସେ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract