Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Abstract

3.9  

ଇଂ ଶୁଭ୍ରାଂଶୁ କୁମାର ବେହେରା

Abstract

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
273


ଦୈତ୍ୟ ତାଡକାସୁର ଦୈରାତ୍ମ ବଢିଲା

ଇନ୍ଦ୍ର ଭୁବନ ଆଦି ଶିହରୀ ଉଠିଲା ।

ଦେବରାଜ ବିଷ୍ଣୁଙ୍କ ପାଶକୁ ଚଳିଲେ 

ରକ୍ଷାକର ଆହେ ଯେ ଶରଣ ପଶିଲେ ।

ତାଡକା ଅସୁର ଆଉ ରଖାଇ ଦେଉନି

ଭୟରେ ସାଧୁ ସନ୍ଥ ମାନେ ଥରିଲେଣି ।

ପାଳନ କର୍ତ୍ତା ସେ ବିଷ୍ଣୁ ପ୍ରଭୁ ନାରାୟଣ

କେମିତି ନିପାତ ହେବ କରିଲେ ବଖାଣ ।

ବ୍ରହ୍ମ ଦେବ ବରେ ଦୈତ୍ୟ ଥିଲା ବଳିଆନ

ପ୍ରାୟ ଅସମ୍ଭବ ଥିଲା ତାହାର ମରଣ ।

ମହାଯୋଗୀ ଶିବଙ୍କଠୁ ଶିଶୁ ଜାତ ହେଲେ

ସେ ପରି କୁମର ବଦ୍ଧ କରିବଟି ଭଲେ ।

ଦେବତାମାନେ ଚିନ୍ତିଲେ କଅଣ କରିବା

ଶିବଙ୍କର ତପସ୍ୟାକୁ କେମିତି ଭାଙ୍ଗିବା ।

ଏଣେ ହିମାଳୟ ପୁତ୍ରୀ ପାର୍ବତୀ କୁମାରୀ

ପାଇବାକୁ ପତି ରୂପେ ଶିବଙ୍କୁ ସୁମରି ।

ଶିବ ଯୋଗ ଭାଙ୍ଗିଗଲା କନ୍ଦର୍ପ ବାଣରେ 

ତୃତୀୟ ନୟନୁ ଶକ୍ତି ଝରିଲା ଅଗ୍ନିରେ ।

ସେ ଅଗ୍ନିକୁ ବରୁଣ ଭସାଇ ଯେ ନେଲେ

ତୃଷ୍ଣିତ ଷଡ ଯୁବତୀ ନୀରକୁ ପାଇଲେ ।

ଶିବଙ୍କ ଶକ୍ତିକୁ ସେମାନେ ଗର୍ଭରେ ବହିଲେ

ଏଣେ ଶଙ୍କର ପାର୍ବତୀ ବିବାହ କରିଲେ ।

ଷଡ ଯୁବତୀ ସମୟରେ ପ୍ରସବ କରିଲେ

ଖଣ୍ଡ ଖଣ୍ଡ ଶିଶୁ ଶରୀର ଜନ୍ମ ଦେଇଥିଲେ ।

ଆକାଶେ ହର ପାର୍ବତୀ ଏ ସବୁ ଦେଖିଲେ

ଖଣ୍ଡ ଖଣ୍ଡ ଶରୀରକୁ ଗୋଟିଏ କରିଲେ ।

ମହା ଯୋଗୀ ଶିବ ଜୀବ ଦାନ ଦେଇଥିଲେ 

ପୁତ୍ରଟିକୁ ପାର୍ବତୀ କୋଳେ ଧରିନେଲେ ।

ଆପଣାର ପୁତ୍ର ବହି ସାଥେ ନେଇଗଲେ 

କାର୍ତ୍ତିକ ମାସ ପୂର୍ଣ୍ଣିମା ଜନ୍ମ ହୋଇଥିଲେ ।

ବିଧି ବଳେ କୁମାରୀ ମାତୃତ୍ୱ ଲଭିଥିଲେ ।

କାର୍ତ୍ତିକ ନାମକୁ ବହି ସେହୁ ଯେ କୁମର

ବଦ୍ଧ କଲା ଦିନେ ସେ ତାଡକା ଅସୁର ।



Rate this content
Log in

Similar oriya poem from Abstract