ମରୁଭୂମି********
ମରୁଭୂମି********
ଏକ ଶୁଷ୍କ ମରୁଭୂମି ସମ ଜୀବନ
ଯନ୍ତ୍ରଣା ରେ ଛଟ ପଟ ହେଲେ ବି
ମୁକୁଳି ଯିବାକୁ ବାଟ ପାଏନା
ଆଶା ମରୀଚିକା ସାଜି
ସ୍ଵପ୍ନ ଦେଖାଏ ଖୋଜିବାକୁ
ସମ୍ପର୍କ ର ମରୁଝର।
ଖୋଜିବା ପାଇବା
ପାଇ ହଜାଇ ବା ଓ ହାରିଯିବା
ଭିତର ଜୀବନ ର ଖେଳ ସରିଯାଏ
ଭରସା ର ସମ୍ପର୍କ ଟା
ବିଶ୍ୱସନୀୟତା ହରାଇ ଦେଇ
ପ୍ରଶ୍ନବାଚୀ ସୃଷ୍ଟିକରେ
ସ୍ଵପ୍ନ ମାନେ ବେଳେ ବେଳେ
ଦଲକାଏ ପବନ ର ଧକ୍କା ଖାଇ
ଶିମିଳି ତୁଳା ପରି ଏଣେ ତେଣେ
ଆକାଶ ରେ ଉଡି ବୁଲନ୍ତି
ବାସ୍ତବତା କୁ ଭେଟି ଗଲେ
ଧୈର୍ଯ୍ୟ ର ବନ୍ଧ ଭାଙ୍ଗି ଯାଏ
ବିନା ରକ୍ତପାତ ରେ ମଧ୍ୟ
ଲହୁ ଲୁହାଣ ହୁଅନ୍ତି ସ୍ଵପ୍ନ ସବୁ
ତା ପରେ ଅନିଚ୍ଛା କୃତ ଭାବେ
ଜୀବନ ର ସଂଜ୍ଞା ବଦଳି ଯା ଏ ।
ମନ ଝୁରି ହୁଏ ଝରି ଯାଏ
ଭାଙ୍ଗି ଯାଇଥିବା ସ୍ଵପ୍ନ ର
ସ୍ମୃତି କୁ ଛାତି ତଳେ ଚାପି ଦେଇ
ଆଶାରେ ବଞ୍ଚିବାକୁ ହୁଏ
ଦୁଃଖ ଯାତନା ସୁଖ କାମନା
ଅଭିମାନ ଅପମାନ, ଆପଣାର ଭାବ
ସବୁକୁ ସମର୍ପି ଦେଇ ଭରସା ରେ
ଭଲ ପାଇବା ର ମୋହ ରେ
ଭୁଲି ଯାଏ ସବୁକିଛି ଏ ମଣିଷ ।
ନିଜ ସହ ଅନବରତ
ଏ ସଂଗ୍ରାମ ଚାଲି ଥାଏ
ପାରି ହେବାକୁ ବିଶାଳ
ସଂସାର ର ମରୁଭୂମି କୁ
ଚାରିଆଡେ ଯନ୍ତ୍ରଣା ର ବାଲି ସ୍ତୁପ
ଦୁଃଖ ର ଝଡଟେ ମଥା ପିଟୁ ଥାଏ
ପାଦ ପକେଇ ଦେଲେ ଗୋଡ଼
ପଶି ଯାଏ ଭିତରୁ ଭିତରକୁ
ମରୁ ବାଲି ରେ ଚାଲି ଚାଲି
ପାଦ ଥକି ଗଲେ ବି ବସି ପଡ଼ିବାକୁ
ଛାଇ ଟିକେ ନଥାଏ ,ମୁଣ୍ଡ ଉପର ର
ପ୍ରଚଣ୍ଡ ସୂର୍ଯ୍ୟ କିରଣ ଜାଳିଦିଏ
ଶରୀର ର ସମସ୍ତ ସହନ ଶକ୍ତି
ବାରମ୍ବାର ଧୂଳି ଝଡ ଯୋଗୁ
ଦିଗ ହଜା ହୁଏ ମଣିଷ
ଧୂସର ମରୁଭୂମି ରେ।